‘ପ୍ରତାପ ଦେବଙ୍କ କଥାରେ ମୁଖ୍ୟମନ୍ତ୍ରୀ ସହମତ କି?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 1, 2022

‘ପ୍ରତାପ ଦେବଙ୍କ କଥାରେ ମୁଖ୍ୟମନ୍ତ୍ରୀ ସହମତ କି?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥ ନୁହନ୍ତି ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଓଡ଼ିଶାର ପରିଚୟ। ତାଙ୍କ ପରିଚୟରୁ ଦେଶବାସୀ ଓଡ଼ିଶାକୁ ଜାଣନ୍ତି, ଚିହ୍ନନ୍ତି। ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ଏପରି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ନେତା ସମ୍ବିତ ପାତ୍ର।

ଏନେଇ ଟ୍ୱିଟ କରି ସେ କହିଛନ୍ତି,  ଏହା ଅହଙ୍କାରର ଚରମ ସୀମାର ପରିଚୟ । ସାଢ଼େ ୪କୋଟି ଓଡ଼ିଆଙ୍କ ସହ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ହିନ୍ଦୁଙ୍କ ଭାବନା ପ୍ରତି ହୀନମାନ୍ୟତା ସୃଷ୍ଟି କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ସେ  ଯାହା କହିଛନ୍ତି କ’ଣ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହମତି ରହିଛି କି ବୋଲି ସମ୍ବିତ୍ ପ୍ରଶ୍ନ କରିଛନ୍ତି। ଏଥିସହ କହିଛନ୍ତି, ଯଦି ସହମତ ନାହାନ୍ତି ତାହାଲେ ସଂପୃକ୍ତ ମନ୍ତ୍ରୀଙ୍କୁ ତିରସ୍କାର କରନ୍ତୁ ।

ଭୁବନେଶ୍ୱର ବରମୁଣ୍ଡାଠାରେ ଗତକାଲି ବିଜେଡିର ବିଶାଳ ସାଂଗଠନିକ ସଭା ଓ ପଦଯାତ୍ରା ପ୍ରସ୍ତୁତି ଶିବିର ଅବସରରେ ମନ୍ତ୍ରୀ ପ୍ରତାପ ଦେବ ଦେଇଥିବା ଏପରି ଭାଷଣକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଗତକାଲି ପ୍ରତାପ ଦେବ କହିଥିଲେ, ସାଢ଼େ ୪କୋଟି ଓଡ଼ିଆଙ୍କର ଗୋଟିଏ ପରିଚୟ ଥିଲା, ପ୍ରଭୁ ଜଗନ୍ନାଥ। ଏବେ ଆପଣମାନେ ଭାରତ ବର୍ଷର ଯେକୌଣସି ଜାଗାକୁ ଯିବେ ଓ ଓଡ଼ିଶାରୁ ବୋଲି ପରିଚୟ ଦେବେ, ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମୁହଁରୁ ପ୍ରଥମେ ନବୀନ ପଟ୍ଟନାୟକଙ୍କ ନାଁ ବାହାରିବ।

ପ୍ରତାପ ଦେବଙ୍କ ଭାଷଣକୁ ଗତକାଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ନାପସନ୍ଦ କରିବା ସହ କହିଥିଲେ, ଏଭଳି ବକ୍ତବ୍ୟ ରଖି ଅହଙ୍କାରର ଶୀର୍ଷରେ ବିଜେଡି ପହଞ୍ଚିଛି। ଜଗନ୍ନାଥଙ୍କ ବିକଳ୍ପ ଭାବେ ନିଜ ଦଳର ନେତାଙ୍କୁ ଦେଖିବା ଆରମ୍ଭ କରିଛନ୍ତି। ଏହାଠାରୁ ଆଉ କଦର୍ଯ୍ୟ ମାନସିକତା, ଚାଟୁକାରିତା ଆଉ କିଛି ବି ହୋଇନପାରେ। ଓଡ଼ିଶାବାସୀଙ୍କୁ ଏହାଠାରୁ ବଡ଼ ଅପମାନ କିଛି ନ ହୋଇପାରେ। ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ମିଳିପାରିନି ।

The post ‘ପ୍ରତାପ ଦେବଙ୍କ କଥାରେ ମୁଖ୍ୟମନ୍ତ୍ରୀ ସହମତ କି?’ appeared first on Odisha Reporter.



from Odisha Reporter https://ift.tt/ZLBek9F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages