ପୁରୁଣା ଭିଡିଓ ଭାଇରାଲକୁ ନେଇ ହଣାକଟା, ୭ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 25, 2022

ପୁରୁଣା ଭିଡିଓ ଭାଇରାଲକୁ ନେଇ ହଣାକଟା, ୭ ଆହତ

ବାରିପଦା(ଓଡ଼ିଶା ରିପୋର୍ଟର):ପୁରୁଣା ଭିଡିଓ ଭାଇରାଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଜଣ ଗୁରୁତରଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାର ରଘୁନାଥପୁର ଅଞ୍ଚଳରେ।

ରଘୁନାଥପୁର ସ୍ଥିତ ଏକ ବସ୍ତିର କିଛି ଯୁବକ ବାରିପଦା ସହରର ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର କିଛି ଯୁବକଙ୍କର ପୁରୁଣା ଭିଡିଓ ଭାଇରାଲ କରିଥିଲେ। ଏନେଇ ଗତକାଲି ରାତିରେ  ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର ୫୦ରୁ ଊର୍ଦ୍ଧ ଯୁବକ ଏକତ୍ରିତ ହୋଇ ରଘୁନାଥପୁର ସ୍ଥିତ ଏକ ବସ୍ତିକୁ ଯାଇଥିଲେ। ସେଠାରେ ଯୁବକମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟ ମଧ୍ୟରେ ମାରପିଟ୍ ଓ ହଣାକଟାରେ ଉଭୟ ଗୋଷ୍ଠୀର ୭ଜଣ ଯୁବକ ଆହତ ହୋଇଥିଲେ। ବାରିପଦା ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଦୁଇ ଗୋଷ୍ଠୀ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇ ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

The post ପୁରୁଣା ଭିଡିଓ ଭାଇରାଲକୁ ନେଇ ହଣାକଟା, ୭ ଆହତ appeared first on Odisha Reporter.



from Odisha Reporter https://ift.tt/1OfNsa9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages