ପାନ ଦୋକାନୀ ଘର ଉପରେ ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 25, 2022

ପାନ ଦୋକାନୀ ଘର ଉପରେ ବୋମାମାଡ଼

ସାଲେପୁର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାନ ଦୋକାନୀ ଘର ଉପରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବୋଦାମୁଣ୍ଡେଇ ଗାଁରେ। ବୋମାମାଡ଼ରେ କାହାର କିଛି ହୋଇନାହିଁ।

ଗତକାଲି ରାତିରେ ପାନ ଦୋକାନୀ ପ୍ରଫୁଲ୍ଲ ନାୟକଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ ହୋଇଥିଲା। ସୌଭାଗ୍ୟବଶତଃ ବୋମା ଦୁଇଟି ତାଙ୍କ ଛାତ ଉପରେ ପଡ଼ିଥିଲା। ଯାହାଫଳରେ ପରିବାର ଲୋକଙ୍କ କିଛି ହୋଇନଥିଲା। ଏଭଳି କାଣ୍ଡ ପୂର୍ବତନ ସରପଞ୍ଚ ରଞ୍ଜିତ କୁମାର ଦାସ ଓ ତାଙ୍କର ଦୁଇ ସହଯୋଗୀ ଘଟାଇଥିବା ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ସରପଞ୍ଚ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରଫୁଲ୍ଲଙ୍କ ସହ ମୋର ପୂର୍ବ ଶତ୍ରୁତା ନାହିଁ।  ଯଦି ମୁଁ ଦୋଷୀ ହୋଇଥିବି ତାହାହେଲେ ଆଇନ ଅନୁସାରେ ଦଣ୍ଡ ମିଳିବ। ପୁଲିସ ଘଟଣାର ତଦନ୍ତ କରୁଛି।

 

The post ପାନ ଦୋକାନୀ ଘର ଉପରେ ବୋମାମାଡ଼ appeared first on Odisha Reporter.



from Odisha Reporter https://ift.tt/nkLVmfY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages