ନ୍ୟୁୟର୍କ: ଆମେରିକାରୁ ଆସିଛି ଦୁଃଖଦ ଖବର। ଏଠାରେ ପାଠପଢ଼ୁଥିବା ୩ ଜଣ ଭାରତୀୟ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୱେଷ୍ଟର୍ଣ୍ଣ ମାସଚୁସେଟ୍ଟସ୍ ନିକଟରେ ଛାତ୍ରମାନେ ଯାଉଥିବା କାରଟି ଆଉ ଗୋଟିଏ ଗାଡ଼ିରେ ପିଟି ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ଏତେ ଭୟଙ୍କର ଥିବା ଯେ ଘଟଣାସ୍ଥଳରେ ୨୭ ବର୍ଷୀୟ ପ୍ରେମ କୁମାର ରେଡ୍ଡୀ, ୨୨ ବର୍ଷୀୟ ପବୀନ ଗୁଲ୍ଲାପାଲ୍ଲୀ ଓ ୨୨ ବର୍ଷୀୟ ସାଇ ନରସିଂମା ପାଟାମସେଟ୍ଟୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପୁଲିସ୍ର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୫.୩୦ରେ ଏହି ଘଟଣା ଘଟିଛି। ଉତ୍ତର ଦିଗକୁ ଗୋଟିଏ କାର ଯାଉଥିବା ବେଳେ ଦକ୍ଷିଣକୁ ଆଉ ଗୋଟିଏ ଗାଡ଼ି ଯାଉଥିଲା। ଏହି ସମୟରେ ଦୁଇଟି ଯାକ ଗାଡ଼ ପରସ୍ପରକୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ କାରରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ବର୍ଷୀୟ ମନୋଜ ରେଡ୍ଡୀ ଡୋଣ୍ଡା, ୨୨ ବର୍ଷୀୟ ଶ୍ରୀଧର ରେଡ୍ଡୀ, ୨୩ ବର୍ଷୀୟ ବିଜିତ ରେଡ୍ଡୀ ଓ ୨୨ ବର୍ଷୀୟ ହିମା ଐଶ୍ୱର୍ଯ୍ୟା ଆହତ ହୋଇଛନ୍ତି।
ସେମାନଙ୍କୁ ବେର୍କିଶି ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏହି ୭ ଜଣଙ୍କ ମଧ୍ୟରୁ ୬ ଜଣ ନ୍ୟୁ ହାଭେନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ଜଣେ ସାକ୍ରେଡ ହାର୍ଟ ବିଶ୍ୱବିଦ୍ୟାଳରେ ଶିକ୍ଷାର୍ଥୀ। ସେହିପରି ଏମାନଙ୍କ କାର ସହ ଧକ୍କା ହୋଇଥିବା ଅନ୍ୟ ଗାଡ଼ିରେ କେବଳ ଡ୍ରାଇଭର ହିଁ ଥିଲେ। ଦୁର୍ଘଟଣାରେ ସେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଫେୟାର ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ୍ କହିଛି।
The post ଆମେରିକାରେ ଚାଲିଗଲା ୩ ଭାରତୀୟ ଛାତ୍ରଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/0e3p9N4
No comments:
Post a Comment