ଯାତ୍ରା ଦେଖି ଯାଉଥିଲେ ୫ସାଙ୍ଗ, ମାଡ଼ିଗଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 27, 2022

ଯାତ୍ରା ଦେଖି ଯାଉଥିଲେ ୫ସାଙ୍ଗ, ମାଡ଼ିଗଲା ଟ୍ରକ୍‌

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଯାତ୍ରା ଦେଖିବା ସହ ମଜାମସ୍ତି କରିବାକୁ ଘରୁ ବାହାରିଥିଲେ ୫ ସାଙ୍ଗ। ୨ଟି ଗାଡ଼ିରେ ନିଶବ୍ଦ ରାତିରେ ସେମାନେ ଯାତ୍ରା ସ୍ଥଳ ଅଭିମୁଖେ ବାହାରିଥିଲେ। ମାତ୍ର ସେମାନଙ୍କ ହସଖୁସି ବେଶି ସମୟ ତିଷ୍ଠି ପାରିଲା ନାହିଁ। ଏକ ଟ୍ରକ୍‌ ପଛରୁ ପିଟି ଦେବାରୁ ଆଖି ବୁଜିଦେଲେ୨ସାଙ୍ଗ। ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିବା ଟ୍ରକ୍‌ଟି କିଛି ବାଟ ଯିବା ପରେ ଓଲଟି ପଡ଼ିବାରୁ ଡ୍ରାଇଭର ଜଣଙ୍କ ବି ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ସାନଘାଟି ଠାରେ।

ମୃତକମାନେ ହେଲେ କମଳାପଦର ଗାଁର ଦିଲ୍ଲୀପ ପାହାନ ଓ ବେଢ଼ଛେଲୁ ଗାଁର ଶ୍ରୀକାନ୍ତ ସାହୁ। ଆହତମାନେ ଖଲ୍ଲିକୋଟର ରାଜେଶ ସାହୁ, ବାନାମ୍ବର ସାହୁ, ବୁରୁଝରି ନୁଆଗାଁର ସନ୍ତୋଷ ରାଉତ ଓ ଟ୍ରକ୍ ଡ୍ରାଇଭରସିତୁ ଯାଦବ। ସମସ୍ତ ଆହତ ବ୍ୟକ୍ତିଙ୍କୁ ଖଲ୍ଲିଖୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ୫ଜଣ ଯୁବକ ସ୍କୁଟି ଓ ବାଇକରେ ନିକଟସ୍ଥ କନକା ଗାଁକୁ ଯାତ୍ରା ଦେଖିବାକୁ ଯାଉଥିଲେ। ଏହି ସମୟରେ ସାନଘାଟିଠାରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ୫ଜଣ ସାଙ୍ଗ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେବାପରେ ଗାଡ଼ିଟି କିଛି ବାଟ ଘୋଷାରି ଯାଇଥିଲା। ପରେ ସେଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଚମ୍ପଟ ମାରିବା ଲାଗି ଦ୍ରୁତଗତିରେ ଚାଲି ଯିବାକୁ ଉଦ୍ୟମ କରିବା ବେଳେ କିଛି ବାଟ ଗଲାପରେ  ବଡ଼ଘାଟିଠାର ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି  କେବିନ କାଟି ଟ୍ରକ୍‌ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହାସହ ମୃତଦେହକୁ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

The post ଯାତ୍ରା ଦେଖି ଯାଉଥିଲେ ୫ସାଙ୍ଗ, ମାଡ଼ିଗଲା ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/KTv6U9H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages