ଆତଙ୍କୀଙ୍କ ଯୋଜନା ପଣ୍ଡ: ସୀମା ନିକଟରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 27, 2022

ଆତଙ୍କୀଙ୍କ ଯୋଜନା ପଣ୍ଡ: ସୀମା ନିକଟରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର

ଅମୃତସର: ଭାରତରେ ହିଂସା ସୃଷ୍ଟି କରିବା ପାଇଁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଆଉ ଏକ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଭାରତ-ପାକିସ୍ତାନ ସୀମାରୁ ବିଏସଏଫ ଯବାନମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏହା ମଧ୍ୟରେ ୩ଟି ଏକେ-୪୭ ରାଇଫଲ ରହିଛି।

ପାକିସ୍ତାନରୁ ଏହି ଅସ୍ତ୍ରଶସ୍ତ୍ର ପଞ୍ଜାବକୁ ଚୋରା ଚାଲାଣ ହେଉଥିବା ବେଳେ ସୁରକ୍ଷାକର୍ମୀମାନେ ଜବତ କରିବାକୁ ସକ୍ଷମ ହୋଇଛନ୍ତି। ବିଏସ୍‌ଏଫର ଆଇଜି (ପଞ୍ଜାବ ପ୍ରଣ୍ଟିନର୍ସ) ଆସିଫ ଜଲାଲ କହିଛନ୍ତି, ଫିରୋଜପୁର ସେକ୍ଟରର ଜଗଦୀଶ ଆଉଟପୋଷ୍ଟରେ ମୁତୟନ ଯବାନମାନେ ଭାରତୀୟ ସୀମାର ଜିରୋ ଲାଇନ ନିକଟରେ ପଡ଼ିଥିବା ଗୋଟିଏ ସନ୍ଦିଗ୍ଧ ବ୍ୟାଗକୁ ପ୍ରଥମେ ଠାବ କରିଥିଲେ।

ଏହାକୁ ଜବତ କରିବା ପରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବ୍ୟାଗ ମଧ୍ୟରୁ ୬ଟି ଖାଲି ମ୍ୟାଗାଜିନ ସହ ୩ଟି ଏକେ-୪୭ ଆସଲ୍ଟ ରାଇଫଲ, ୩ଟି ମିନି ଏକେ-୪୭ ରାଇଫଲ ଓ ୩ଟି ପିସ୍ତଲ ମିଳିଥିଲା। ପାକିସ୍ତାନ ସୀମା ଠାରୁ ୧୦ ମିଟର ଭାରତୀୟ ଜମିରେ ଏହି ବ୍ୟାଗଟି ପଡ଼ିଥିଲା।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥିକ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଲୋକମାନେ ଏହାକୁ ଭାରତୀୟ ସୀମାରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି। ସେମାନେ ଏହାକୁ ଭାରତୀୟ ସୀମାକୁ ଆଣିଥିବା ବେଳେ ଏଠାରେ ଥିବା ସେମାନଙ୍କ ଲୋକମାନେ ଏଗୁଡ଼ିକୁ ନେଇଥାଆନ୍ତେ। ହେଲେ ସେମାନଙ୍କ ଯୋଜନା ପଣ୍ଡ ହୋଇଛି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଜମ୍ମୁ-କଶ୍ମୀରର ଭାରତୀୟ ସୀମାରେ ମଧ୍ୟ ଏପରି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ନଜିର ରହିଥିଲା। ସ୍ମଗଲରମାନେ ଡ୍ରୋନ ଓ ଅନ୍ୟାନ୍ୟ ଉପରେ ପାକିସ୍ତାନରୁ ଭାରତକୁ ବିସ୍ଫୋରଣ ଓ ଅସ୍ତ୍ରଶସ୍ତ୍ର ପଠାଉଛନ୍ତି।

The post ଆତଙ୍କୀଙ୍କ ଯୋଜନା ପଣ୍ଡ: ସୀମା ନିକଟରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର appeared first on Odisha Reporter.



from Odisha Reporter https://ift.tt/eq0o4lv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages