ହାଇଦ୍ରାବାଦ: ବିବାହର ୪ ମାସ ପରେ ଯମଜ ସନ୍ତାନଙ୍କ ମାତାପିତା ହୋଇ ନିଜ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ ଦେଇଥିବା ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ବିବାଦରେ ଛନ୍ଦି ହୋଇଥିଲେ। ଏହି ଦମ୍ପତି ସରୋଗେସୀ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିବା ବେଳେ ଏବେ କିନ୍ତୁ ଏହି ସେଲିବ୍ରିଟି ଦମ୍ପତିଙ୍କୁ ମିଳିଛି କ୍ଲିନଚିଟ୍। ଅର୍ଥାତ ସରୋଗେସି ଜରିଆରେ ମାତାପିତା ହୋଇ ସେମାନେ କୌଣସି ନିୟମ ଭାଙ୍ଗି ନ ଥିବା ଯାଞ୍ଚ ଟିମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାକୁ ନେଇ ନୟନତାରାଙ୍କ ଫ୍ୟାନ୍ସ ବେଶ୍ ଖୁସି ହୋଇଛନ୍ତି।
୨୦୨୧ ନଭେମ୍ବରରେ ସରୋଗେଟ ମଦର ଓ ନୟାନତାରାଙ୍କ ମଧ୍ୟରେ ଏକ ଏଗ୍ରିମେଣ୍ଟ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ସରୋଗେଟ ମଦରଙ୍କ ଗର୍ଭରେ ନୟନତାରା ଓ ବିଘ୍ନେଶଙ୍କ ଭୃଣ ରଖାଯାଇଥିଲା। ଏହାପରେ ଜୁନ୍ରେ ସେମାନେ ବିବାହ କରିଥିବା ବେଳେ ଅକ୍ଟୋବରରେ ସେମାନଙ୍କର ଯମଜ ସନ୍ତାନ ଉଇର ଏବଂ ଉଲଗମ ହୋଇଥିଲେ।
ଏହାପରେ ନୟନତାରା ସରୋଗେସି ଜରିଆରେ ମା’ ହେବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣିଅ ଟିମ୍ ଗଠିତ ହୋଇଥିଲା।
ଯାଞ୍ଚ ଟିମ୍ ରିପୋର୍ଟ ଅନୁଯାୟୀ, ୨୦୨୦ରେ ନୟନତାରାଙ୍କ ଫ୍ୟାମିଲି ଡାକ୍ତର ସରୋଗେସି କରୁଥିବା ଡାକ୍ତରଙ୍କୁ ଏକ ଚିଠି ଲେଖିଥିଲେ। ଉକ୍ତ ଚିଠି ଆଧାରରେ ସରୋଗେସି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଯାଞ୍ଚ ଟିମ୍ କହିଛନ୍ତି। ନୟନତାରାଙ୍କ ଫ୍ୟାମିଲି ଡାକ୍ତର ଏବେ ବିଦେଶ ଯାଇଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନି ବୋଲି କୁହାଯାଇଛି।
ସରୋଗେସି ରେଗୁଲେସନ ଆକ୍ଟ-୨୦୨୧ ଅଧୀନରେ କମର୍ସିଆଲ ସରୋଗେସି ଆକ୍ଟକୁ ଭାରତରେ ବ୍ୟାନ୍ କରାଯାଇଥିବା ବେଳେ ଗତବର୍ଷଠାରୁ ପୁଣି ଥରେ ତାହା କାର୍ଯ୍ୟକ୍ଷମ ହୋଇଛି। ତେଣୁ ନୟନତାରା ଓ ତାଙ୍କ ସ୍ୱାମୀ ଏହି ପ୍ରକ୍ରିୟା ଆରମ୍ଭ କରିବା ସମୟରେ ସରୋଗେସି ଭାରତରେ ଆଇନଗତ ଥିଲା। ତେଣୁ ସେମାନେ କୌଣସି ପ୍ରକାର ନିୟମ ଉଲ୍ଲଘଂନ କରି ନ ଥିବା ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।
ଦୀର୍ଘ ଦିନ ରିଲେସନରେ ରହିବା ପରେ ଗତ ଜୁନ୍ ମାସରେ ଉଭୟ ନୟନତାରା ଓ ବିଘ୍ନେଶ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ହାଇ ପ୍ରୋଫାଇଲ ମ୍ୟାରେଜ ସେରିମନିରେ ରଜନୀକାନ୍ତ, ଶାହରୁଖ ଖାନ, ବିଜୟ ସେତୁପତି, ଏଆର ରେହମାନଙ୍କ ପରି ବଲିଉଡ ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଟପ୍ ସେଲିବ୍ରିଟି ଯୋଗ ଦେଇଥିଲେ।
The post ନୟନତାରାଙ୍କୁ କ୍ଲିନଚିଟ୍, ଭାଙ୍ଗି ନାହାନ୍ତି ସରୋଗେସି ନିୟମ appeared first on Odisha Reporter.
from Odisha Reporter https://ift.tt/CIipfSt
No comments:
Post a Comment