କ୍ରିପ୍ଟୋ କରେନ୍ସିରେ ଲଗାଇଥିଲେ ଗୁପ୍ତ ଧନ, ଘାଣ୍ଟୁଛି ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 28, 2022

କ୍ରିପ୍ଟୋ କରେନ୍ସିରେ ଲଗାଇଥିଲେ ଗୁପ୍ତ ଧନ, ଘାଣ୍ଟୁଛି ଭିଜିଲାନ୍ସ

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): କ୍ରିପ୍ଟୋ କରେନ୍ସିରେ ଆୟ ବହିର୍ଭୂତ ସମ୍ପତ୍ତି ବିନିଯୋଗ କରିଥିବା କୋଟିପତି ଯନ୍ତ୍ରୀଙ୍କୁ ଅଟକ ରଖି ଘାଣ୍ଟୁଛି ଭିଜିଲାନ୍ସ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରୁ ଗତକାଲି  ବିପୁଳ ପରିମାଣର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା ବେଳେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ। ଗତକାଲି ରାତିରୁ ତାଙ୍କୁ ପଚରାଉଚରା କରାଯାଉଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ଜଣାଯାଇଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି  ନିହାର ରଂଜନ ଦାସଙ୍କ ଘରେ  ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ତାଙ୍କର ମୋଟ ସାଢ଼େ ୪ କୋଟିର ସଂପତ୍ତି ଠାବ ହୋଇଛି। ସେଥିମଧ୍ୟରେ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଥିଲା। ଏତେ ପରିମାଣର ଅର୍ଥ କ୍ରିପ୍ଟୋ କରେନ୍ସିରେ ବିନିଯୋଗ କରିବାରେ ନିହାର ରଞ୍ଜନ ଦାସ ପ୍ରଥମ ସରକାରୀ ଅଧିକାରୀ ବୋଲି ଚର୍ଚ୍ଚା ହେଉଛି।

ଭିଜିଲାନ୍ସ ଚଢ଼ାଉ ବେଳେ ନିହାର ରଞ୍ଜନ ଦାସ କ୍ରିପ୍ଟୋ କାରବାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ।  ରେଡ୍‌ ବେଳେ ସେ ଏ ସଂକ୍ରାନ୍ତରେ ପ୍ରମାଣ ଥିବା ୩୮ଟି ଡକ୍ୟୁମେଣ୍ଟ ଏବଂ ମୋବାଇଲକୁ ଫିଙ୍ଗି ଦେଇଥିଲେ। ତେବେ ସେସବୁକୁ ଜବତ କରିଥିଲା ଭିଜିଲାନ୍ସ।

ଇତି ମଧ୍ୟରେ ନିହାରଙ୍କ ମାଳ ମାଳ କୋଠାବାଡ଼ି, ଯାନବାହନ ସହ ବିପୁଳ ଗହଣା ଗାଣ୍ଠି ଠାବ କରିଛି ଭିଜିଲାନ୍ସ । ତାଙ୍କର ମୋଟ ସାଢ଼େ ୪ କୋଟିର ସଂପତ୍ତି ଠାବ ହୋଇଥିବା ବେଳେ ସେଥିରେ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ବି ମିଳିଛି। ଖାରବେଳନଗର ସ୍ଥିତ ଶ୍ରୀରାମ ମାନିସନ୍ ଆପାର୍ଟମେଣ୍ଟରେ ଗୋଟିଏ ଥ୍ରୀ-ବିଏଚକେ ଫ୍ଲାଟ (ଯାହାର ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ),  ସମ୍ବଲପୁର ମୋଦିପଡ଼ାରେ ଗୋଟିଏ ଦୁଇ ମହଲା କୋଠା, ସମ୍ବଲପୁରର ବିଭିନ୍ନ ସ୍ଥାନରେ ୮ଟି ପ୍ଲଟ, ୧୦ ଲକ୍ଷ ଟଙ୍କା ମୂଲ୍ୟର ୩୩୨ ଗ୍ରାମ୍ ସୁନା, ୬୪ ଲକ୍ଷର ବୀମା ଠାବ ହୋଇଛି। ତା’ ମଧ୍ୟରୁ ୩ଟି ପ୍ଲଟର ଦାମ ୧ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ହେବ। ବରଗଡ଼ ଜିଲ୍ଲା ରୋହିନିଆରେ ଗୋଟିଏ ପୈତୃକ ଘର ବି ମିଳିଛି। ତା’ ସହ ମିଳିଛି ୨ଟି କାର ଏବଂ ୨ଟି ବାଇକ୍।

The post କ୍ରିପ୍ଟୋ କରେନ୍ସିରେ ଲଗାଇଥିଲେ ଗୁପ୍ତ ଧନ, ଘାଣ୍ଟୁଛି ଭିଜିଲାନ୍ସ appeared first on Odisha Reporter.



from Odisha Reporter https://ift.tt/E8DpJvy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages