ଛଠ ପୂଜା ପ୍ରସାଦ ରୋଷେଇ ବେଳେ ବିସ୍ଫୋରଣ, ଜଳିଗଲେ ୭ ପୁଲିସକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 28, 2022

ଛଠ ପୂଜା ପ୍ରସାଦ ରୋଷେଇ ବେଳେ ବିସ୍ଫୋରଣ, ଜଳିଗଲେ ୭ ପୁଲିସକର୍ମୀ

ପାଟନା: ଛଠ ପୂଜା ପ୍ରସାଦ ରୋଷେଇ ବେଳେ ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲେ ୭ ପୁଲିସ କର୍ମୀ। ଏଥିସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିହାର ଔରଙ୍ଗାବାଦରେ ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଔରଙ୍ଗାବାଦର ତେଲି କଲୋନିରେ ଛଠ ପୂଜା ପାଇଁ ଆୟୋଜନ ଚାଲିଥିବା ବେଳେ ଶୁକ୍ରବାର ରାତିରେ ଅଚ୍‌ନାକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫଳରେ ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା।

ଛଠ ପର୍ବ ପାଇଁ ପ୍ରସାଦ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ପାଇସ୍ ଲିକେଜ୍ ହୋଇଥିଲା। ଫଳରେ ଏଥିରେ ନିଆଁ ଲାଗି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ନିଆଁ ଲାଗି ୩୦ରୁ ଅଧିକ ମହିଳା ପୁରୁଷ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ନିଆଁକୁ ଆୟତ କରିବାକୁ ପହଞ୍ଚିଥିବା ୭ରୁ ଅଧିକ ପୁଲିସକର୍ମୀ ମଧ୍ୟ ଜଳି ଯାଇଛନ୍ତି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

The post ଛଠ ପୂଜା ପ୍ରସାଦ ରୋଷେଇ ବେଳେ ବିସ୍ଫୋରଣ, ଜଳିଗଲେ ୭ ପୁଲିସକର୍ମୀ appeared first on Odisha Reporter.



from Odisha Reporter https://ift.tt/AdqZOol

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages