ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ର ଲାଇସେନ୍ସ ରଦ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 23, 2022

ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ଏକ ଅଣ ସରକାରୀ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି ଗୃହ ମନ୍ତ୍ରାଳୟ। ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ ଗୃହ ମନ୍ତ୍ରାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂଗଠନ ଉପରେ ବିଦେଶୀ ପାଣ୍ଠିରେ ଅନିୟମିତା ଅଭିଯୋଗ ରହିଛି।

ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଏକ କମିଟି ଗଠନ କରାଯାଇଥିଲା। ଏହାର ରିପୋର୍ଟ ଆଧାରରେ ଏହି ନଷ୍ପତ୍ତି ନିଆଯାଇଛି। ଏନେଇ ରାଜୀବ ଗାନ୍ଧୀ ଫାଉଣ୍ଡେସନର କାର‌୍ୟ୍ୟାଳୟକୁ ନୋଟିସ ପଠାଇଦିଆଯାଇଛି।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ। ଏହାର ଅନ୍ୟତମ ଟ୍ରଷ୍ଟି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ସଂଗଠନ ୧୯୯୧ରେ ସ୍ଥାପନା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୦ରେ ବିଜେପି ଏହି ସଂସ୍ଥା ବିରୋଧରେ ବିଦେଶୀ ପାଣ୍ଠିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲା । ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ଦାବି କରିଥିଲେ ଯେ ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ କରିଛି। ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣସି ଦଳ ବିଦେଶରୁ ଟଙ୍କା ନେଇ ପାରିବେ ନାହିଁ। ଏହି ଦାନ ପାଇଁ ସରକାରଙ୍କ ଅନୁମୋଦନ ନିଆଯାଇଛି କି ନାହିଁ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଥିଲେ।

ରାଜୀବ ଗାନ୍ଧୀ ଫାଉଣ୍ଡେସନର ୨୦୦୫-୦୬ରେ ଦାତାମାନାଙ୍କ ଏକ ତାଲିକା ରହିଛି। ଏଥିରେ ଚୀନ୍‌ର ଦୂତାବାସ ତରଫରୁ ଦାନ କରାଯାଇଥିବା ସ୍ପଷ୍ଟ ଭାବେ ଲେଖାଯାଇଥିବା ବିଜେପି ନେତା ଦାବି କରିଥିଲେ। ଚୀନ୍‌ରୁ ଏହି ଫାଉଣ୍ଡେସନ୍‌କୁ ୯୦ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଥିଲେ।

The post ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ର ଲାଇସେନ୍ସ ରଦ୍ଦ appeared first on Odisha Reporter.



from Odisha Reporter https://ift.tt/80rpbIJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages