କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ପାଇଁ ଆଜିଠୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଓ ଭସାପୋଲ ସେବା ବନ୍ଦ କରି ଦିଆଯାଇଛି। ଗତକାଲି ପ୍ରଶାସନ ପକ୍ଷରୁ ଡଙ୍ଗା ଓ ଭସାପୋଲ ସେବା ବନ୍ଦ କରିବା ପାଇଁ ଏକ ନୋଟିସ ଜାରି କରାଯାଇଥିଲା।
ଡଙ୍ଗା ଓ ଭସାପୋଲ ସେବା ବନ୍ଦ ଯୋଗୁ ଚିଲିକା ମଝିରେ ଥିବା କୃଷ୍ଣପ୍ରସାଦ ଅଞ୍ଚଳର ହଜାର ହଜାର ଲୋକ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହିଁକି ନା କୃଷ୍ଣପ୍ରସାଦ ଅଞ୍ଚଳର ଲୋକମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବା ପାଇଁ ଚିଲିକା ହିଁ ଗୋଟିଏ ମାଧ୍ୟମ। ଲୋକମାନେ ଡଙ୍ଗା ଓ ଭସାପୋଲ ମାଧ୍ୟମରେ ଯାତାୟତ କରିଥାନ୍ତି। ମାତ୍ର ସମ୍ଭାବ୍ୟ ବାତ୍ୟା ପାଇଁ ଯାତାୟତ ବନ୍ଦ କରାଯାଇଥିବାରୁ ଜହ୍ନିକୁଦା ଘାଟ ନିକଟରେ ଅନେକ ଲୋକ ଅଟକି ରହିଛନ୍ତି।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ବଙ୍ଗୋପସାଗରରେ ବଳ ଗୋଟାଉଛି। ଗତକାଲିର ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ। ଏହା ପ୍ରଭାବରେ ୨୩ ଅର୍ଥାତ୍ ଆଜି ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ବିଶେଷ କରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।
The post ସମ୍ଭାବ୍ୟ ବାତ୍ୟା ପାଇଁ ଚିଲିକାରେ ଡଙ୍ଗା ଓ ଭସାପୋଲ ସେବା ବନ୍ଦ appeared first on Odisha Reporter.
from Odisha Reporter https://ift.tt/E6vTrDj
No comments:
Post a Comment