ଖୋଲିଲା କୁଳଡିହା ଅଭୟାରଣ୍ୟ, ଏଥର ନୀଳ ଗାଈ ମୁଖ୍ୟ ଆକର୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 31, 2022

ଖୋଲିଲା କୁଳଡିହା ଅଭୟାରଣ୍ୟ, ଏଥର ନୀଳ ଗାଈ ମୁଖ୍ୟ ଆକର୍ଷଣ

ନୀଳଗିରି(ବିଶ୍ୱମ୍ବର ଦାସ): ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୁଳଡିହା ଅଭୟାରଣ୍ୟ । ଏଥର କୁଳଡିହାକୁ ଆସିଥିବା ନୀଳଗାଈ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ।

୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଅଭୟାରଣ୍ୟରେ ଦେଶୀ ବିଦେଶୀ ପକ୍ଷୀ ସମେତ ସମ୍ବର,ଗୁରାଣ୍ଡି,  କୁଟାରୀ,ହରିଣ,ମଇଁଷି ,ବାଘ,ଭାଲୁ,ହାତୀ ସମେତ ବଣୁଆ କୁକୁର ଓ ବହୁ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି ।

ପ୍ରତ୍ୟେକ ବର୍ଷଭଳି ଆଜିଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ  ଅଭୟାରଣ୍ୟ ଖୋଲିଛି। ଗୋହିରାଭୋଳଠାରେ ନେଚର୍ସ କ୍ୟାମ୍ପରେ ରାତ୍ରି ରହଣି ପାଇଁ ତମ୍ବୁ ଘରର ଵ୍ୟଵସ୍ଥା କରାଯାଇ ଥିବା ବେଳେ ମୋଟର ବୋଟିଂର ଵ୍ୟଵସ୍ଥା କରାଯାଇଛି।

ତେବେ ପ୍ରଥମ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗ ହାୱାଡା ଅଞ୍ଚଳରୁ ଦମ୍ପତ୍ତି ଅନନ୍ତ କୁମାର ବାନାର୍ଜୀ ଓ ଲକ୍ଷ୍ମୀଶ୍ରୀ ବାନାର୍ଜୀ ଆସି ଟିକେଟ କାଟି କୁଳଡିହା ଅଭୟାରଣ୍ୟ ଯାଇଛନ୍ତି। ପ୍ରତ୍ୟେକ ବ୍ୟକ୍ତି ପିଛା ୪୦ ଟଙ୍କା, ଚାରିଚକିଆ ଯାନ ପିଛା ୧୦୦ ଟଙ୍କା ଓ କ୍ୟାମେରା ପାଇଁ ୫୦ ଟଙ୍କା ପୈଠ କରିବାକୁ ପଡିବ।

ଚଳିତ ବର୍ଷ କୋଭିଡ କଟକଣା ନ ଥିବା ବେଳେ ପାଗ ବି ଭଲ ରହିଛି।  ତେଣୁ ଏଥର ପୂର୍ବ ତୁଳନାରେ ବହୁ ଅଧିକ ସଂଖ୍ୟକ ପର୍ଯ୍ୟଟକ  ଆସିବେ ବୋଲି ଆଶା ରଖିଛନ୍ତି କୁଳଡିହା ଅଭୟାରଣ୍ୟ କର୍ତ୍ତୃପକ୍ଷ ।

The post ଖୋଲିଲା କୁଳଡିହା ଅଭୟାରଣ୍ୟ, ଏଥର ନୀଳ ଗାଈ ମୁଖ୍ୟ ଆକର୍ଷଣ appeared first on Odisha Reporter.



from Odisha Reporter https://ift.tt/Mp32LR8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages