ନୂଆଦିଲ୍ଲୀ: ଗୁଜରାଟ ମୋର୍ବି ବ୍ରିଜ୍ ଦୁର୍ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ହସ୍ପିଟାଲ ଯାଇ ଆହତଙ୍କ ଭେଟିବେ। ତେବେ ମୋଦିଙ୍କ ହସ୍ପିଟାଲ ଗସ୍ତ ପୂର୍ବରୁ ମୋର୍ବି ସିଭିଲ୍ ହସ୍ପିଟାଲର ରାତାରାତି ବଦଳି ଯାଇଛି ରୂପ। ଆକ୍ଟିଭ ମୁଡରେ ଆସିଯାଇଛନ୍ତି ପ୍ରଶାସନ। ହସ୍ପିଟାଲକୁ ଚିକ୍କଣ କରିବା ପାଇଁ ରାତିସାରା ଚାଲିଛି ରଙ୍ଗବୋଳା କାମ। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ହସ୍ପିଟାଲ ମରାମତି କରାଯାଉଥିବା ଫଟୋ ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରସେ ଓ ଆମ୍ ଆଦମୀ ପାର୍ଟି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି।
କଂଗ୍ରେସ ଏବଂ ଆପ୍ ସିଭିଲ୍ ହସ୍ପିଟାଲର ଫଟୋ ଶେଆର କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍ ପାଇଁ ଏମିତି ପ୍ରସ୍ତୁତି ଚାଲିଛି। କଂଗ୍ରେସ ହସ୍ପିଟାଲର ମରାମତି କାମକୁ ଘୋର ନିନ୍ଦା କରିଛି। ଦଳ କହିଛି, ଏହା ଟ୍ରାଜେଡିର ଇଭେଣ୍ଟ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ମୋର୍ବିର ସିଭିଲ ହସ୍ପିଟାଲ୍ ଗସ୍ତ କରିବେ। ଏହା ପୂର୍ବରୁ ସେଠାରେ ରଙ୍ଗବୋଳା କାମ ଚାଲିଛି। ରଙ୍ଗ ବେରଙ୍ଗର ଟାଇଲ୍ସ ଲଗାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍ରେ ଯେମିତି କୌଣସି ତ୍ରୁଟି ନରହୁ ଏହାର ସମସ୍ତ ବନ୍ଦୋବସ୍ତ କରାଯାଉଛି। ଏମାନଙ୍କୁ ଲଜ୍ଜା ଆସିବା ଦରକାର। ଏତେ ଲୋକ ମରିଗଲେ ଆଉ ଏମାନଙ୍କର ଇଭେଣ୍ଟ କାମ ଚାଲିଛି।
त्रासदी का इवेंट
कल PM मोदी मोरबी के सिविल अस्पताल जाएंगे। उससे पहले वहां रंगाई-पुताई का काम चल रहा है। चमचमाती टाइल्स लगाई जा रही हैं।
PM मोदी की तस्वीर में कोई कमी न रहे, इसका सारा प्रबंध हो रहा है।
इन्हें शर्म नहीं आती! इतने लोग मर गए और ये इवेंटबाजी में लगे हैं। pic.twitter.com/MHYAUsfaoC
— Congress (@INCIndia) October 31, 2022
ସେହିପରି ଆପ୍ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଜୋରଦାର ବର୍ଷିଛି। ସେ ଟ୍ୱିଟ୍ କରି ଲେଖିଛି, ପ୍ରଧାନମନ୍ତ୍ରୀ ଫଟୋ ସୁଟ୍ ବେଳେ ଯେପରି ମୋର୍ବି ହସ୍ପିଟାଲର ନିମ୍ନମାନର କୋଠାର ଚିତ୍ର ସାମ୍ନାକୁ ନ ଆସୁ ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାତାରାତି ରଙ୍ଗବୋଳା କାମ ଚାଲିଛି। ୧୪୧ ଜଣ ଲୋକ ମରି ସାରିଲେଣି, ଶତାଧିକ ନିଖୋଜ, ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କିନ୍ତୁ ବିଜେପି ଫଟୋ ସୁଟ୍ ଓ ନିଜର ପବ୍ଲିସିଟି ପାଇଁ କାମ ଚଳାଇଛି ।
Morbi Civil Hospital में रातों रात रंग-पुताई की जा रही है ताकि कल PM Modi के Photoshoot में घटिया बिल्डिंग की पोल ना खुल जाए
141 लोग मर चुके हैं, सैकड़ों लोग लापता हैं, असली दोषियों पर कोई कार्रवाई नहीं हुई लेकिन भाजपाइयों को फोटोशूट करके लीपापोती की पड़ी है..#BJPCheatsGujarat pic.twitter.com/KVDLdblD6C
— AAP (@AamAadmiParty) October 31, 2022
ରବିବାର ସନ୍ଧ୍ୟାରେ ମୋର୍ବିର ମଚ୍ଛୁ ନଦୀର ଝୁଲା ପୋଲ ଛିଣ୍ଡି ଯିବାରୁ ନଦୀରେ ଖିସ ଏ ପର୍ଯ୍ୟନ୍ତ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି। ଶତାଧିକ ସଂଖ୍ୟାରେ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ମୋର୍ବିର ସିଭିଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣାରେ ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି।
The post ମୋଦିଙ୍କ ଗସ୍ତ ପୂର୍ବରୁ ହସ୍ପିଟାଲରେ ରାତିସାରା ଚାଲିଲା ରଙ୍ଗାବୋଳା appeared first on Odisha Reporter.
from Odisha Reporter https://ift.tt/gA3QLhm
No comments:
Post a Comment