୧୯ ଅକ୍ଟୋବର, ବୁଧବାର: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 18, 2022

୧୯ ଅକ୍ଟୋବର, ବୁଧବାର: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ପାଇବେ

ମେଷ: କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇପାରିବେ। ପରିବାରଜନଙ୍କ ସମ୍ବନ୍ଧିତ କୌଣସି ଶୁଭ ସମାଚାର ଶୁଣିବେ  ।

ବୃଷ: ପୁରୁଣା ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ନୂତନ ବ୍ୟବସାୟର ସୁଯୋଗ ପାଇବେ ଓ ନୂତନ କାର୍ଯ୍ୟାରମ୍ଭ କରିପାରିବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ ।

ମିଥୁନ: ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ ଲାଭ ପାଇବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ଘଟଣାର ସମାଧାନ ହେବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ।

କର୍କଟ: ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହେବ। ତରବରିଆ ହିସାବରେ କୌଣସି କାର୍ଯ୍ୟ ନ କରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ୍  । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ସିଂହ: ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବହୁତ ବଡ଼ ଲାଭ ଉଠେଇ ପାରିବେ । ଆପଣା ଲୋକଙ୍କ ସାହାଯ୍ୟ ପାଇ କେତେକ ସମସ୍ୟା ସୁଧାରି ନେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ।

କନ୍ୟା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରିପାରିବେ।  ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ ।

ତୁଳା: ସାଙ୍ଗମାନଙ୍କ ସାହାଯ୍ୟରେ, ଆପଣଙ୍କର ସମସ୍ତ କାର୍ଯ୍ୟ ସହଜ ସରଳରେ ସମାପ୍ତ କରିପାରିବେ । ଜୀବନ ସାଥୀଙ୍କ ପରାମର୍ଶରେ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ ।

ବିଚ୍ଛା: ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ପ୍ରଶଂସା ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ ।

ଧନୁ: ସାଙ୍ଗ ସାଥିମାନେ ସାହାଯ୍ୟ କରିବା ଫଳରେ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖଶାନ୍ତି ବର୍ଦ୍ଧିତ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ହେତୁ ସବୁ ସ୍ଥାନରେ ଭଲ ପ୍ରଦର୍ଶନ କରିପାରିବେ ।

ମକର: ସାହସର ସହିତ ପରିସ୍ଥିତିକୁ ସାମ୍ନା କରିପାରିବେ ଓ ସହକର୍ମୀଙ୍କଠାରୁ ପ୍ରଶଂସାବାଣୀ ଶୁଣିବାକୁ ପାଇବେ । ଅନ୍ୟମାନଙ୍କ ପରାମର୍ଶ ଅପେକ୍ଷା ନିଜ ନିଷ୍ପତ୍ତି ଉପରେ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯାଇପାରେ ।

କୁମ୍ଭ: କାର୍ଯ୍ୟାଳୟରେ କିଛି ଦିନ ଧରି ଚାଲିଆସୁଥିବା ଚାପଗ୍ରସ୍ତ ପରିସ୍ଥିତି ସ୍ୱାଭାବିକ ହୋଇଯିବ। ବାଦବିବାଦ ଓ ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

ମୀନ: ଶାରୀରିକ କଷ୍ଟ ଦୂରେଇ ଯିବା ସହ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ । ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ ।  ଗୃହ, ଜମି ଓ ପାରିବାରିକ ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବେ ।

The post ୧୯ ଅକ୍ଟୋବର, ବୁଧବାର: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ପାଇବେ appeared first on Odisha Reporter.



from Odisha Reporter https://ift.tt/UAutonW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages