ମୁମ୍ବାଇ: ମୋ ଝିଅର ଯତ୍ନ ନେଉଥିବ। ଜମାରୁ ଅବହେଳା କରିବନି। ତା’ଦେହ ଭଲ ନାହିଁ। ଉତ୍ତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣା ପୂର୍ବରୁ ନିଜ ପତ୍ନୀଙ୍କ ସହ ପାଇଲଟଙ୍କର ଏହା ଥିଲା ଶେଷ ବାର୍ତ୍ତାଳାପ। ବାସ ତାପରେ ପରିବାର ସହ ସବୁ ସମ୍ପର୍କ ତୁଟାଇ ସେ ଆରପାରିକୁ ଚାଲିଗଲେ। ବିଧିର ବିଧାନ ତାଙ୍କୁ ଅଫେରା ରାଇଜକୁ ନେଇଯାଇଛି। ମୃତ୍ୟୁ ତାଙ୍କ ପାଇଁ ଅପେକ୍ଷା କରଥିଲା। ଉତ୍ତରାଖଣ୍ଡରେ ଗତକାଲି ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସମେତ୭ ଜଣଙ୍କ ମୃତ୍ୟୁ ଘଟିଛି। କେଦାରନାଥ ମନ୍ଦିର ପରିଦର୍ଶନ ସାରି ଫେରୁଥିବା ବେଳେ ଖରାପ ପାଗ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ କୁହାଯାଇଛି। ଖରାପ ଭିଜିବିଲିଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।ଦୁର୍ଘଟଣାରେ ଶିକାର ହୋଇଥିବା ପାଇଲଟ ଶ୍ରୀ ସିହଂ ମୁମ୍ବାଇର ଅନ୍ଧେରୀ ଇଲାକାରେ ରହୁଥିଲେ।
ଘରେ ତାଙ୍କର ପତ୍ନୀ ଅନିନ୍ଦିତା ଏବଂ ଝିଅ ଫିରୋଜା ସିଂହ ରୁହନ୍ତି। ପାଇଲଟଙ୍କ ଶେଷକୃତ୍ୟରେ ସାମିଲ ପାଇଁ ତାଙ୍କ ସ୍ତ୍ରୀ ଓ ଝିଅ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି କହିଛନ୍ତି। ଦୁର୍ଘଟଣା ଅନିନ୍ଦିତା କହିଛନ୍ତି ଯେ, ଦୁର୍ଘଟଣା ପୂର୍ବରୁ ତାଙ୍କ ସ୍ୱାମୀ ତାଙ୍କୁ ଶେଷଥର ପାଇଁ ଫୋନ୍ କଲ କରି ଝିଅର ଯତ୍ନ ନେବାକୁ କହିଥିଲେ। ସେ କହିଥିଲେ ଯେ, ମୋ ଝିଅର ଦେହ ଭଲ ନାହିଁ। ତାର ଠିକ ଭାବେ ଦେଖାଶୁଣା କରିବା । ଦିଲ୍ଲୀରେ ଶ୍ରୀ ସିଂହଙ୍କ ପ୍ରକୃତ ଘର ହୋଇଥିଲେ ମଧ୍ୟ ପରିବାର ସହ ୧୫ ବର୍ଷ ହେବ ମୁମ୍ବାଇରେ ରହି ଆସୁଛନ୍ତି। ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯୟ ପରିଚାଳନା ଅଧିକାରୀ ନନ୍ଦନ ସିଂ କହିଛନ୍ତି, ଦୁର୍ଘଟଣା ପରେ ଗରୁଡ଼ ଚଟି ନିକଟରେ ହେଲିକପ୍ଟରଟି ଜଳିଯାଇଛି।
ଗତକାଲି କେଦାରନାଥ ମନ୍ଦିର ନିକଟରୁ ହେଲିକପ୍ଟରଟି ଗୁପ୍ତକାଶୀ ଅଭିମୁଖେ ଉଡ଼ାଣର ମାତ୍ର କିଛି ସମୟ ମଧ୍ୟରେ ଗରୁଡ଼ଚଟି ନିକଟରେ ଖସି ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଖରାପ ପାଗ ହେତୁ ଏହି ଦୁର୍ଘଟଣା ହୋଇଛି। ଘନ କୁହୁଡ଼ି ଯୋଗୁଁ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ତଳକୁ ଖସିଥିଲା ଏବଂ ତଳେ ଧକ୍କା ହେବାପରେ ଖଣ୍ଡ ଖଣ୍ଡ ହୋଇ ଜଳି ଯାଇଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ମଧ୍ୟରେ ଗୁଜରାଟର ୩ ଜଣ ମହିଳା ଅଛନ୍ତି।
The post ମୋ ଝିଅର ଯତ୍ନ ନେଉଥିବ, ତା’ଦେହ ଭଲ ନାହିଁ: ଦୁର୍ଘଟଣା ପୂର୍ବରୁ ପାଇଲଟଙ୍କ ଶେଷ କଥା… appeared first on Odisha Reporter.
from Odisha Reporter https://ift.tt/qVzCli5
No comments:
Post a Comment