ନୂଆଦିଲ୍ଲୀ: ଭାରତର ଓପନିଂ ଯୋଡ଼ି ରୋହିତ ଶର୍ମା ଓ କେଏଲ ରାହୁଲ ଟି-ଟ୍ୱେଣ୍ଟିରେ ନୂଆ ରେକର୍ଡ ତିଆରି କରିଛନ୍ତି। ୫୦ ବା ତା’ଠାରୁ ଅଧିକ ରନ୍ର ଭାଗିଦାରୀରେ ଥିବା ରେକର୍ଡକୁ ଏହି ଯୋଡ଼ି ଭାଙ୍ଗି ଦେଇଛନ୍ତି। ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ଓପନିଂ ଯୋଡ଼ି ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ନାଁରେ ଥିଲା। ବାବର-ରିଜୱାନ ଯୋଡ଼ି ୧୪ ଥର ୫୦ ବା ତା’ଠାରୁ ଅଧିକ ରନ୍ର ପାର୍ଟନରଶିପ୍ କରିଥିଲେ। ତେବେ ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ରୋହିତ ଓ ରାହୁଲଙ୍କ ଯୋଡ଼ି ଏହି ରେକର୍ଡକୁ ଭାଙ୍ଗି ଥିଲେ। ଏହି ଯୋଡ଼ି ଗତକାଲି ୯୬ ରନ୍ର ପାର୍ଟନରଶିପ୍ କରିଥିଲେ। ଏହାକୁ ମିଶାଇ ସେମାନେ ୧୫ ଥର ୫୦ ବା ତା’ଠାରୁ ଅଧିକ ରନ୍ର ପାର୍ଟନରଶିପ୍ କରିଛନ୍ତି।
ଏହା ସହିତ ଏହି ଭାରତୀୟ ଯୋଡ଼ି ଆଉ ଏକ ରେକର୍ଡ କରିଛନ୍ତି। ଟି-ଟ୍ୱେଣ୍ଟିରେ ପାର୍ଟନଶିପ୍ରେ ଭାରତ ପାଇଁ ସବୁଠୁ ଅଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ବନିଛନ୍ତି ଏହି ଯୋଡ଼ି। ପୂର୍ବରୁ ଏହି ରେକର୍ଡ ଶିଖର ଧୱନ ଓ ରୋହିତ ଶର୍ମାଙ୍କ ନାଁରେ ଥିଲା। ରୋହିତ ଓ ରାହୁଲ ମିଳିତ ଭାବେ ୧୭୪୪ ରନ୍ କରିଥିବା ବେଳେ ଶିଖର ଓ ରୋହିତ ୧୭୪୩ ରନ୍ କରିଛନ୍ତି। ରାହୁଲ ଓ ଶିଖରଙ୍କ ପରେ ରୋହିତଙ୍କ ଶ୍ରେଷ୍ଠ ଭାଗିଦାରୀ ବିରାଟ କୋହଲିଙ୍କ ସହିତ ରହିଛି। ରୋହିତ ଓ ବିରାଟ ମିଳିତ ଭାବେ ୧୦୯୪ ରନ୍ କରିଛନ୍ତି।
ଗତକାଲି କେଏଲ ରାହୁଲ ୨୮ଟି ବଲ୍ରୁ ୫୭ ରନ୍ କରିଥିଲେ। ଏଥିରେ ୫ଟି ଚୌକା ଓ ୪ଟି ଛକା ରହିଥିଲା। ସେହିପରି ଅଧିନାୟକ ରୋହିତ ଶର୍ମା ୩୭ଟି ବଲ୍ରୁ ୪୩ ରନ୍ କରିଥିଲେ। ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଗତକାଲିର ମ୍ୟାଚ୍କୁ ଭାରତ ୧୬ ରନ୍ରେ ଜିତିବା ସହିତ ସିରିଜ୍ କବଜା କରିଛି।
The post ଟି-ଟ୍ୱେଣ୍ଟିରେ ରୋହିତ-ରାହୁଲଙ୍କ ରେକର୍ଡ appeared first on Odisha Reporter.
from Odisha Reporter https://ift.tt/GjNSLvu
No comments:
Post a Comment