ଗାୟକ ଅଲ୍‌ଫାଜଙ୍କ ଉପରେ ମରଣାନ୍ତ ଆକ୍ରମଣ, ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 3, 2022

ଗାୟକ ଅଲ୍‌ଫାଜଙ୍କ ଉପରେ ମରଣାନ୍ତ ଆକ୍ରମଣ, ଜଣେ ଗିରଫ

ଚଣ୍ଡିଗଡ:  ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ଗାୟକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଶନିବାର ବିଳମ୍ବିତ ରାତିରେ ଫେମସ୍‌ ପଞ୍ଜାବୀ ସିଙ୍ଗର ଅମନଜୋତ ସିଂହ ଓରଫ ଅଲ୍‌ଫାଜ୍‌ଙ୍କ ଉପରେ କିଛି ଦୁର୍ବୃତ୍ତ ମରଣାନ୍ତ ଆକ୍ରମଣ କରିଛନ୍ତି। ଏଥିରେ ଆହତ ହେବା ପରେ ତାଙ୍କୁ ମୋହାଲି ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ବଲିଡଉର ପ୍ରଖ୍ୟାତ ରାପର୍‌ ତଥା ସିଙ୍ଗର ହନି ସିଂହ ସୂଚନା ଦେଇଛନ୍ତି। ସେପଟେ ଏହି ମାମଲାରେ ପୁଣି ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି। ଗିରଫ ଅଭିଯୁକ୍ତାର ନାଁ ଭିକି। ତାକୁ ପଞ୍ଚକୁଲାରୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଶନିବାର ରାତିରେ ଅଲ୍‌ଫାଜ ତାଙ୍କର କିଛି ବନ୍ଧୁ ଗୁରପ୍ରୀତ, ତେଜି ଏବଂ କୁଲ୍‌ଜିତ୍‌ଙ୍କ ସହିତ ପାଲ୍‌ ଢାବାକୁ ରାତ୍ର ଭୋଜନ ଖାଇବାକୁ ଯାଇଥିଲେ। ସେଠାରେ ଟଙ୍କା ପଇସା କଥାକୁ ନେଇ ତାଙ୍କର ରାୟପୁର ରାଣୀ ନିବାସୀ ଭିକି ଓରଫ ବିଶାଲ ଓ ଢାବା ମାଲିକଙ୍କ ସହିତ ଝଗଡ଼ା ହୋଇଥିଲା।

 

ଘଟଣାସ୍ଥଳରୁ ଅଭିଯୁକ୍ତ ଭିକି ଓରଫ୍‌ ବିଜୟ ଢ଼ାବା ମାଲିକଙ୍କ ଅଟୋ ନେଇ ଖସିଯିବାକୁ ଉଦ୍ୟମ କରୁଥିବା ବ‌େଳେ ଅଫ୍ଲାଜ୍‌ ତାଙ୍କୁ ଅଟକାଇଥିଲେ। କିନ୍ତୁ ଭିକି ଅଟକି ନଥିଲେ। ଅଲ୍‌ଫାଜଙ୍କ ଉପରେ ଅଟୋ ଚଢ଼ାଇ ଦେଇଥିଲେ। ଏଥିରେ ଅଲ୍‌ଫାଜ ଗୁରୁତର ଆହତ ହୋଇଥିଲେ। ଅଲ୍‌ଫାଜଙ୍କର ମୁଣ୍ଡ, ହାତ ଓ ଗୋଡ଼ରେ ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

‘ଇନ୍‌ଷ୍ଟାଗ୍ରାମ୍‌’ରେ ଅଲ୍‌ଫାଜଙ୍କ ଫଟୋ ଶେଆର୍‌ କରି ହନି ସିଂହ ଲେଖିଛନ୍ତି, ‘ଗତରାତିରେ ଭାଇ ଅଲ୍‌ଫାଜଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ ପାଇଁ ଯିଏ ଯୋଜନା କରିଥାଉ ନା କାହିଁକି ତାଙ୍କୁ ଛାଡାଯିବ ନାହିଁ।’ ଏଥିସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ହନି ସିଂହ।

ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାଁ ହେଉଛି ଅଲ୍‌ଫାଜ। ସେ ଜଣେ ଫେମସ୍‌ ସିଙ୍ଗର। ଏଥିସହ ସେ ଜଣେ ଅଭିନେତା, ମଡେଲ ଓ ରାଇଟର୍‌ ମଧ୍ୟ। ସେ ୨୦୧୧ରେ ପଞ୍ଜାବୀ ଗୀତ ‘ହାୟେ ମେରା ଦିଲ୍‌’ରୁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏହି ଗୀତଟି ସେତେବେଳେ ବେଶ୍‌ ହିଟ୍‌ ମଧ୍ୟ ହୋଇଥିଲା।  ହାପରେ ୨୦୧୩ରେ ସେ ପଞ୍ଜାବୀ ଫିଲ୍ମରେ ଡେବ୍ୟୁ କରିଥିଲେ।

The post ଗାୟକ ଅଲ୍‌ଫାଜଙ୍କ ଉପରେ ମରଣାନ୍ତ ଆକ୍ରମଣ, ଜଣେ ଗିରଫ appeared first on Odisha Reporter.



from Odisha Reporter https://ift.tt/jEbG8Rh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages