ଧର୍ମଗଡ଼(ଇଙ୍ଗିତ ପଣ୍ଡା): ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ। ଏଥିରେ ଜଣେ ମହିଳା ରୋଗୀଙ୍କ ସମେତ ଗାଡ଼ି ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ କଳାହାଣ୍ଡି ଜିଲ୍ଲା ମହିଚଳା ନିକଟରେ ଘଟିଛି। ମୃତା ମହିଳା ରୋଗୀଜଣକ ହେଲେ ଡାଇରିଆ ଆକ୍ରାନ୍ତ କପୁରମାଲ ଗାଁ ର ସୁନୀତା ଦୁର୍ଗା ଓ ଆମ୍ବୁଲାନ୍ସ ହେଲପର ପଣ୍ଡିଗାଁର ଡମ୍ବରୁ ଶବର ।
ସୁଚନାନୁସାରେ, ଜୟପାଟଣା ଥାନା କପୁରମାଲ ଗାଁରେ ଗତ କିଛି ଦିନ ଧରି ଝାଡ଼ାବାନ୍ତି କାରଣରୁ ୪ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ସେମାନେ ଜୟପାଟଣା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରୁ ସୁନୀତା ଦୁର୍ଗାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ନିଆଯାଉଥିଲା। ମାତ୍ର ରାସ୍ତାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରେଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସୁନୀତା ଓ ଡମ୍ବରୁଙ୍କ ମୃତ୍ୟୁ ଘଟିଛି। ଏଥିରେ ଡ୍ରାଇଭର, ରୋଗୀଙ୍କ ଦୁଇ ସଂପର୍କୀୟ ଏବଂ ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ଆହତ ହୋଇଛନ୍ତି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସେମାନଙ୍କୁ ହସ୍ପିଟାଲ ପଠାଇଛି।
The post ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଆଖି ବୁଜିଲେ ରୋଗୀଙ୍କ ସମତେ ୨ ଜଣ appeared first on Odisha Reporter.
from Odisha Reporter https://ift.tt/iAHQ2On
No comments:
Post a Comment