କଟକରେ ତାଲିବାନୀ ବର୍ବରତାର ଚିତ୍ର; ଯୁବକଙ୍କୁ ବାଇକ୍‌ ପଛରେ ବାନ୍ଧି ଦୌଡ଼ାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 16, 2022

କଟକରେ ତାଲିବାନୀ ବର୍ବରତାର ଚିତ୍ର; ଯୁବକଙ୍କୁ ବାଇକ୍‌ ପଛରେ ବାନ୍ଧି ଦୌଡ଼ାଇଲେ

କଟକ(ଓଡ଼ିଶା ରିପୋର୍ଟର): ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି ତାଲିବାନୀ ଅତ୍ୟାଚାରର ନମୁନା । କମିଶନରେଟ ପୁଲିସ୍‌ ଅଧୀନରେ ଯାଉଥିବା କଟକର ବିଚ୍‌ ସଡ଼କରେ ଜଣେ ଯୁବକଙ୍କୁ ବାଇକ୍‌ ପଛରେ ବାନ୍ଧି ପ୍ରାୟ ୨ କିମି ରାସ୍ତା ଦୌଡ଼ାଇଛନ୍ତି ୫ ଜଣ ଯୁବକ । ସନ୍ଧ୍ୟା ସମୟରେ କଟକର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ଅମାନବୀୟ ଛାତିଥରା ଓ ବର୍ବର କାଣ୍ଡ ଘଟିଥିବା ବେଳେ ସାଧାରଣ ଲୋକଙ୍କ ସମେତ ପୁଲିସ୍‌ ବି ଚୁପ୍‌ ରହିଲା। ୩, ୩ଟି  ଟ୍ରାଫିକ ପୋଷ୍ଟ ଅତିକ୍ରମ କରି ଅସାମାଜିକ ଯୁବକମାନେ ଖୁଲମଖୁଲା ଭାବେଏପରି ଦୁର୍ଦ୍ଦାନ୍ତ ଘଟଣା ଘଟାଇଥିବା ବେଳେ ଟ୍ରାଫିକ ପୁଲିସ୍‌ ବି ଚୁପ୍‌ ବସିଛି। ଏହାର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ର ଚେତା ପଶିଛି। ପୁଲିସ୍‌ ଏବେ ଏହି ଘଟଣାର ତନାଘନା ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବାକି ଟଙ୍କା ଫେରସ୍ତକୁ ନେଇ ଏପରି କାଣ୍ଡ ଘଟିଛି। ପୀଡ଼ିତ ଯୁବକଜଣକ ନେଇଥିବା ଧାର ଟଙ୍କା ଫେରାଇ ନ ପାରିବାରୁ ୨ଟି ଗାଡ଼ିରେ ବସିଥିବା ୫ ଜଣ ଯୁବକ ଏପରି କାଣ୍ଡ ଘଟାଇଛନ୍ତି। ସେମାନେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି । ଏହାପରେ ଗାଡ଼ି ଗଡ଼ିବା ପରେ ଯୁବକଜଣକ ତାଙ୍କ ପଛେ ପଛେ ପ୍ରାଣ  ବିକଳରେ ଦୌଡ଼ି ଦୌଡ଼ି ଯାଉଛନ୍ତି।

ଯୁବକମାନେ ଏପରି ଦାଦାଗିରି ଦେଖାଇ କଟକର ସେଲଟର ଛକରୁ କନିକା ଛକ ଓ ସେଠାରୁ ଚଣ୍ଡି ମନ୍ଦିର ଛକରେ ପହଞ୍ଚିଥିଲେ। ସନ୍ଧ୍ୟା ସମୟରେ ଏପରି ଘଟଣା ଘଟିଥିବା ବେଳେ ଯୁବକମାନେ ଗାଡ଼ି ପଛରେ ଯୁବକଙ୍କୁ ବାନ୍ଧି ୩ଟି ଟ୍ରାଫିକ୍‌ ପୋଷ୍ଟ ଅତିକ୍ରମ କରିଥିଲେ। ହେଲେ ଟ୍ରାଫିକ ପୁଲିସ୍‌ ନଜର କିପରି ସେମାନଙ୍କ ଉପରେ ପଡ଼ିଲା ନାହିଁ, କାହିଁକି ସେମାନେ ତାଙ୍କୁ ଅଟକାଇ ପୁଲିସ୍‌କୁ ଖବର ଦେଲେନି ତାହା ଏକ ବିରାଟ ପ୍ରଶ୍ନବାଚୀ।

ସ୍ଥାନୀୟ ଲୋକ ଏପରି ଘଟଣା ଦେଖି ଖୁବ୍‌ ବିଚଳିତ ହୋଇ ପଡ଼ିଥିଲେ। ବହୁ ଲୋକ ଏହାର ପ୍ରତିବାଦ କରିବାକୁ ଚେଷ୍ଟା କରିବାରୁ ଉକ୍ତ ଅସାମାଜିକ ଯୁବକମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ। ଫଳରେ ସେମାନେ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲା। ଏହା କେବେକାର ଘଟଣା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏନେଇ ଥାନାରେ ବି କୌଣସି ଅଭିଯୋଗ ହୋଇନି।

ହେଲେ ଏହି ଘଟଣା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ପକ୍ଷରୁ ଏବେ ତତ୍ପରତା ପ୍ରକାଶ ପାଉଛି। ସମ୍ପୃକ୍ତ ପୀଡ଼ିତ ତଥା ଦୁର୍ବୃତ୍ତଙ୍କ ପତ୍ତା ମିଳି ନ ଥିବା ବେଳେ ପୁଲିସ୍‌ ଏବେ ଘଟଣାର ଖୋଳତାଡ଼ କରି ସିସିଟିଭି ଫୁଟେଜ ସଂଗ୍ରହ କରିବାରେ ଲାଗି ପଡ଼ିଛି। ଏବେ ପୀଡ଼ିତଜଣକ କେଉଁଠି, ତାଙ୍କ ଅବସ୍ଥା କିପରି ଅଛି ସେ ନେଇ କିଛି ସୂଚନା ମିଳିପାରିନି। ତେବେ ଲୋକଙ୍କ ସୁରକ୍ଷା ପାଇଁ ସବୁବେଳେ ଜାଗ୍ରତ ରହୂଥିବା ପୁଲିସ୍‌ ନଜରକୁ କିପରି ଏପରି ଛାତିଥରା ଘଟଣା ଆସିଲାନି, ନା ପୁଲିସ୍‌ ଜାଣିଶୁଣି ଚୁପ୍‌ ବସିଥିବା ତାହା ନିହାତି ପକ୍ଷେ  ତଦନ୍ତସାପେକ୍ଷ ।

The post କଟକରେ ତାଲିବାନୀ ବର୍ବରତାର ଚିତ୍ର; ଯୁବକଙ୍କୁ ବାଇକ୍‌ ପଛରେ ବାନ୍ଧି ଦୌଡ଼ାଇଲେ appeared first on Odisha Reporter.



from Odisha Reporter https://ift.tt/7JEcnjf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages