ଦୁର୍ଘଟଣାରେ ୩ରୁ ଅଧିକ ଜୀବନ ଗଲେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 14, 2022

ଦୁର୍ଘଟଣାରେ ୩ରୁ ଅଧିକ ଜୀବନ ଗଲେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଡ଼କ ଦୁର୍ଘଟଣାରେ ତିନି କିମ୍ବା ତା’ଠାରୁ ଅଧିକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ୍। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଲିସି ଅଣାଯାଇଛି। ତ୍ୱରିତ ଓ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।

ତଦନ୍ତକାରୀ ଟିମ୍‌ରେ ଜଣେ ପୁଲିସ ଅଧିକାରୀ, ଇଂଜିନିୟର ଓ ପରିବହନ ବିଭାଗର ବୈଷୟିକ ଅଧିକାରୀ ରହିବେ। ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ  ଜିଲ୍ଲାସ୍ତରରେ ଏକ କମିଟି ଗଠନ ହେବ। ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତା ଦୁର୍ଘଟଣା ହେବା ସହ ଅନେକ ଅମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି। ୨୦୧୫ରୁ ୨୦ ମଧ୍ୟରେ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ରାସ୍ତା ଦୁର୍ଘଟଣାକୁ ଏଡାଇବାପାଇଁ ପରିବହନ ବିଭାଗ ପକ୍ଷରୁ କ୍ରାସ୍ ଇନଭେଷ୍ଟିଗେସନ ପଲିସି ଅଣାଯାଇଛି। ଦୁର୍ଘଟଣା ପାଇଁ ମନୁଷ୍ୟ, ଯାନବାହାନ କିମ୍ବା ଭିତ୍ତିଭୂମି ଦାୟୀ ଥିଲେ, ସେଗୁଡିକ ଠାବ କରି ସମାଧାନ କରିବାକୁ ପଲିସିରେ ପ୍ରସ୍ତାବ ରହିଛି।

 

The post ଦୁର୍ଘଟଣାରେ ୩ରୁ ଅଧିକ ଜୀବନ ଗଲେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍ appeared first on Odisha Reporter.



from Odisha Reporter https://ift.tt/7RvFpIQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages