ତୁର୍କୀ: ଉତ୍ତର ତୁର୍କୀର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟି ପ୍ରାୟ ୨୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଉକ୍ତ ଖଣିରେ ଏବେବି ୫୦ ପାଖାପାଖି ଶ୍ରମିକ ଫସି ରହିଥିବା ଜଣାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ଶୁକ୍ରବାର ସନ୍ଧ୍ୟା ସମୟରେ କଳା ସାଗର ଉପକୂଳବର୍ତ୍ତୀ ଅମାସାରା ସହରସ୍ଥିତ ଏକ ଖଣିରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଉକ୍ତ ସମୟରେ ସେଠାରେ ଶତାଧିକ ଲୋକ କାର୍ଯ୍ୟରତ ଥିଲେ। । କୋଇଲା ଖଣିରେ ଥିବା ଜ୍ୱଳନ୍ତ ଗ୍ୟାସ ( ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିବା ତୁର୍କୀର ଶକ୍ତି ମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।
ବିସ୍ଫୋରଣ ପରେ ବହୁ ଶ୍ରମିକକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୪୯ ଜଣ ଲୋକ ଫସି ରହି ଥିବା ଜଣାଯାଇଛି। ବହୁ ସଂଖ୍ୟାରେ ଊଦ୍ଧାରକାରୀ ଦଳଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ତୁର୍କୀ ରାଷ୍ଟ୍ରପତି ଆଜି ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
The post କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ଗଲା ୨୫ ଜୀବନ appeared first on Odisha Reporter.
from Odisha Reporter https://ift.tt/g0lqzDv
No comments:
Post a Comment