ସୋନପୁର(ରବୀନ୍ଦ୍ର ହୋତା): ଯାନ୍ତ୍ରିକ ତ୍ରୁଟି ଯୋଗୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ରେ ପିଟି ହୋଇଗଲା ବାଇକ୍। ଫଳରେ ଘଟଣାସ୍ଥଳରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ବାଇଗନଜୁରୀ ନିକଟରେ ଘଟିଛି। ମୃତକଦ୍ୱୟ ହେଲେ ବାବୁପାଲି ଗାଁର ଟୁନା ଶାଣ୍ଢ ଓ ସରୋଜ ଭୋଇ ।
ସୂଚନା ଅନୁଯାୟୀ, ଟୁନା ଶାଣ୍ଢ ଓ ସରୋଜ ଭୋଇ ବାଇଗନଜୁରୀଠାରେ ଥିବା ସରକାରୀ ଚାଉଳ ଗୋଦାମରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଗତକାଲି ରାତିରେ ଡ୍ୟୁଟି ସାରି ଉଭୟ ଘରକୁ ଫେରୁଥିଲେ। ମାତ୍ର ରାସ୍ତା କଡ଼ରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଟ୍ରକ୍ରେ ପିଟି ହୋଇଗଲା ସେମାନଙ୍କ ବାଇକ୍। ଫଳରେ ଘଟଣାସ୍ଥଳରେ ହିଁ ଟୁନା ଓ ସରୋଜଙ୍କ ମୃତ୍ୟୁ ହୋଇଥିଲା।
ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ପୁଲିସ୍କୁ ପହଞ୍ଚିଥିଲେ। ପୁଲିସ୍ ମୃତଦେହଦ୍ୱୟକୁ ନିକଟସ୍ଥ ମେଡିକାଲକୁ ପଠାଇଛି। ଏହି ଖବର ପ୍ରଚାରିତ ହେବା ପରେ ବାବୁପାଲି ଗାଁରେ ଶୋକର ଛାୟା ଖେଳି ଯାଇଛି।
The post ରାସ୍ତା କଡ଼ରେ ଥିବା ଟ୍ରକ୍ରେ ପିଟି ହୋଇଗଲା ବାଇକ୍ appeared first on Odisha Reporter.
from Odisha Reporter https://ift.tt/H6FNQAr
No comments:
Post a Comment