ହିମାଚଳପ୍ରଦେଶ: ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 18, 2022

ହିମାଚଳପ୍ରଦେଶ: ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନାଁ ରହିଛି। ଜୟରାମ ଠାକୁର ନିଜ ବିଧାନସଭା ମଣ୍ଡଳୀ ସେରାଜରୁ ଲଢ଼ିବେ।  ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖ ରାମଙ୍କ ପୁଅ ଅନିଲ ଶର୍ମା ମଣ୍ଡି ଆନରୁ ପ୍ରତିଦ୍ୱନ୍ଦିତା କରିବେ।  ଏହି ତାଲିକାରେ ୫ ଜଣ ମହିଳାଙ୍କ ନାମ ରହିଛି। ସୋମବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ। ବୈଠକରେ ବହୁ ବିଚାର ବିମର୍ଷ ପରେ଼ ପ୍ରାର୍ଥୀ ତାଲିକା ଉପରେ ମୋହର ବାଜିଥିଲା।

କିଛି ଦିନ ପୂର୍ବରୁ ନିର୍ବାଚନ କମିସନ (ଇସି) ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆ‌ସନ୍ତା ନଭେମ୍ବର ୧୨ ତାରିଖ‌ରେ ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୮ରେ ଭୋଟ୍‌ ଗଣତି ହେବ। ଚଳିତ ଥର ହିମାଚଳ ବିଧାନସଭା ନିର୍ବାଚନ ପାଇଁ ୫୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

୧.୮୬ ଲକ୍ଷ ପ୍ରଥମ ଥର ‌ପାଇଁ ଭୋଟ୍‌ ଦେବେ। ରାଜ୍ୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୧.୨୨ ଲକ୍ଷ ଭୋଟର ଅଛନ୍ତି ଏବଂ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ୧୧୦୦ ଭୋଟର ଅଛନ୍ତି। ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ କରୋନା ଆକ୍ରାନ୍ତଙ୍କ ପାଇଁ ଘରେ ହିଁ ଭୋଟ୍‌ଦାନର ବ୍ୟବସ୍ଥା ହେବ। ନିର୍ବାଚନ କମିସନଙ୍କ ସ୍ୱେଚ୍ଛାସେବୀମାନେ ବ୍ୟକ୍ତିଗତ ଭାବେ ଏଭଳି ଭୋଟର୍‌ଙ୍କ ଘରକୁ ଯାଇ ବ୍ୟାଲଟ୍‌ ସଂଗ୍ରହ କରିବେ ଏବଂ ଏହି ବ୍ୟବସ୍ଥାର ଭିଡିଓଗ୍ରାଫି ହେବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୨୫ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୯ ରହିଛି ।

The post ହିମାଚଳପ୍ରଦେଶ: ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି appeared first on Odisha Reporter.



from Odisha Reporter https://ift.tt/K7La2rp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages