ସ୍ତ୍ରୀ ବାପ ଘରୁ ଆସିଲେନି ବୋଲି ଜାଳିଦେଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 18, 2022

ସ୍ତ୍ରୀ ବାପ ଘରୁ ଆସିଲେନି ବୋଲି ଜାଳିଦେଲେ ସ୍ୱାମୀ

ଲୁଧିଆନା: ସ୍ତ୍ରୀ ବାପ ଘରୁ ଆସିଲେନି ବୋଲି ଜାଳିଦେଲେ ସ୍ୱାମୀ । ଖାଲି ସ୍ତ୍ରୀଙ୍କୁ ନୁହେଁ ଦୁଇ ଛୁଆ, ଶ୍ୱଶୁର, ଶାଶୁକୁ ବି ପୋଡ଼ି ମାରିଦେଲେ। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ପଞ୍ଜାବ ଲୁଧିଆନାର ଖୁର୍ସିଦପୁର ଗାଁରେ।  ମିଳିଥିବା ସୂଚନା ମୁତାବକ, ସ୍ତ୍ରୀ ପରମଜିତଙ୍କୁ ଗାଁରୁ ଆଣିବାକୁ ଯାଇଥିଲେ କୁଲଦୀପ ସିଂହ।  ହେଲେ କୌଣସି କାରଣରୁ ସ୍ତ୍ରୀ ବାପା ଘରୁ ଯିବାକୁ ମନା କରିଥିଲେ । ଏହାକୁ ନେଇ ଏତେ ରାଗି ଯାଇଥିଲେ କୁଲଦୀପ କି ସ୍ତ୍ରୀଙ୍କ ସମେତ ପୁରା ଶ୍ୱଶୁର ଘର ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ । ସ୍ତ୍ରୀ, ଦୁଇ ନାବାଳକ ପୁଅ, ଶ୍ୱଶୁର, ଶାଶୁ ଶୋଇଥିବା ଅବସ୍ଥାରେ ନିଆଁ ଲଗାଇ ଦେଇଥିଲେ।

ଘରକୁ ନିଆଁ ଲଗାଇ ସେ ସେଠୁ ଫେରାର ହୋଇ ଯାଇଥିଲେ । ଅଭିଯୁକ୍ତ କୁଲଦୀପକୁ ଗିରଫ କରି ଏବେ ତଦନ୍ତ କରୁଛି ପୁଲିସ। କୁଲଦୀପ ଓ ପରମଜିତଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଜଣାପଡ଼ିଛି।  ପରମଜିତ୍ ପୂର୍ବରୁ ବିବାହ କରିଥିଲେ। ମୃତ ଦୁଇ ଶିଶୁ ପ୍ରଥମ ସ୍ୱାମୀଙ୍କ ପାଖରୁ ଥିଲା।  ଯାହାକୁ ନେଇ ଘରେ ଅନେକ ସମୟରେ କଳହ ଲାଗୁଥିଲା । ଏହି ଘଟଣାରେ ପୁଲିସ ତଦନପ୍ତ ଆରମ୍ଭ କରିଛି।

The post ସ୍ତ୍ରୀ ବାପ ଘରୁ ଆସିଲେନି ବୋଲି ଜାଳିଦେଲେ ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/w2NYjnS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages