ହାତୀ ଭାଙ୍ଗିଲା ଘର, ମାଡ଼ ଖାଇଲେ ବନ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 6, 2022

ହାତୀ ଭାଙ୍ଗିଲା ଘର, ମାଡ଼ ଖାଇଲେ ବନ କର୍ମଚାରୀ

ବଣାଇ(ରଞ୍ଜିତ ଚୌଧୁରୀ): ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଡେଙ୍ଗେଇଢିପା ଗାଁରେ। ଗ୍ରାମବାସୀଙ୍କ ଆକ୍ରମଣରେ ୫ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୀର୍ଘ ଦେଢ଼ ମାସ ହେବ ୨ଟି ଦନ୍ତା ହାତୀ ବଣାଇ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ହାତୀ ଦୁଇଟି ରାତିରେ ଗାଁରେ ପଶି ଘରଦ୍ୱାର ଭଙ୍ଗାରୁଜା କରିବା ସହ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ଲୋକେମାନେ ହାତୀ ଭୟରେ ରାତି ରାତି ଅନିଦ୍ରା ହୋଇ ପିଲାଛୁଆଙ୍କୁ ବାହାରେ ପଡ଼ି ରହୁଛନ୍ତି। ପ୍ରାୟ ଦେଢ଼ ମାସ ଭିତରେ ଦୁଇଟି ଦନ୍ତା ହାତୀ ଦେଢ଼ଶହ ଘର ଭାଙ୍ଗି ଦେଇଥିବା  ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ଏନେଇ ବନ ବିଭାଗକୁ ଜଣାଇବା ପରେ ବନ କର୍ମଚାରୀ ପ୍ରତ୍ୟେକ ଦିନ ଆସି ହାତୀ ଘଉଡାଉଛନ୍ତି। ହେଲେ କିଛି ସୁଫଳ ମିଳୁ ନାହିଁ। ପୁଣି ଦୁଇଟି ହାତୀ ଆସି ଉପଦ୍ରବ କରୁଛନ୍ତି। ଏନେଇ ସିପିଏମ୍  ଓ ଗ୍ରାମବାସୀଙ୍କ ପକ୍ଷରୁ  କିଛି ଦିନ ତଳେ ବଣାଇ ଡିଏଫଓ ଅଫିସ କରାଯାଇଥିଲା।  ହାତୀ ଦୁଇଟିକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନେଇଯିବାକୁ ଦାବି କରାଯାଇଥିଲା। ହେଲେ ଏଥିରେ କୌଣସି ସୁଫଳ ମିଳିନଥିଲା। ଗତକାଲି ହାତୀ ଘଉଡାଇବା ପାଇଁ ଆସିଥିବା ବନ କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏନେଇ ବଚସା ହୋଇଥିଲା। ପରେ ଗ୍ରାମବାସୀମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୫ଜଣ ବନ କର୍ମଚାରୀ ଆହତ ହୋଇଥିଲେ। ହାତୀକୁ ଟ୍ରାଙ୍କୁଲାଇଜ୍ କରିବାର କ୍ଷମତା ଆମ ହାତରେ ନାହିଁ ବୋଲି ବଣାଇ ରେଞ୍ଜର ମନୋଜ ପାତ୍ର କହିଛନ୍ତି।

 

The post ହାତୀ ଭାଙ୍ଗିଲା ଘର, ମାଡ଼ ଖାଇଲେ ବନ କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/vZEd7tW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages