କାମାକ୍ଷାନଗର(ବିଦ୍ୟାଧର ବରାଳ): ଗୋଟିଏ ଘରେ ପରିବାର ଲୋକଙ୍କୁ ବନ୍ଦୀ କରି କଳାକନା ବୁଲାଦେଲେ ଦୁର୍ବୃତ୍ତ। ଜଣେ ବ୍ୟବସାସୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଦୁର୍ବୃତ୍ତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାଦନପଡ଼ାରେ।
ଗତକାଲି ରାତିରେ ବ୍ୟବସାୟୀ ବିନୟ କୁମାର ସାହୁ ଘରେ ନଥିଲେ। ହେଲେ ତାଙ୍କ ପରିବାର ଲୋକେ ଘରେ ଥିଲେ। ୬ଜଣ ଦୁର୍ବୁତ୍ତ ଘରର ସିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ପରେ ସେମାନଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ। ପରେ ଘରର ସମସ୍ତ ଆସବାବପତ୍ର ଓ ଲକର ଖୋଲି ଟଙ୍କା ଓ ସୁନା, ରୁପା ଗହଣା ଲୁଟି ନେଇଥିଲେ। ପରଜଙ୍ଗ ଥାନାରେ ଏନେଇ ଅଭିଯୋଗ ହେବାପରେ ପରେ଼ ସାଇଣ୍ଟିଫିକ୍ ଟିମ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଏହି ଲୁଟ୍ ପଛରେ ଏକ ବଡ଼ ଚୋର ଗ୍ୟାଙ୍ଗ ସାମିଲ ଥିବା ସୂଚନା ମିଳିଛି।
The post ପରିବାର ଲୋକଙ୍କୁ ବନ୍ଦୀ କରି ଘରେ କଳାକନା ବୁଲାଇଦେଲେ ଲୁଟେରା appeared first on Odisha Reporter.
from Odisha Reporter https://ift.tt/LU9JMSh
No comments:
Post a Comment