ଲଭ୍‌-୦%, ଫେକ୍‌ ସ୍ମାଇଲ-୧୦୦%: ଡାଏରୀରୁ ଖୁଲାସା, ଡିପ୍ରେସନରେ ଥିଲା ଡିଜିଙ୍କ ହତ୍ୟାକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 4, 2022

ଲଭ୍‌-୦%, ଫେକ୍‌ ସ୍ମାଇଲ-୧୦୦%: ଡାଏରୀରୁ ଖୁଲାସା, ଡିପ୍ରେସନରେ ଥିଲା ଡିଜିଙ୍କ ହତ୍ୟାକାରୀ

ଶ୍ରୀନଗର: ‘ଲଭ୍‌ ୦%, ଖୁସି ୧୦%, ଟେନସନ୍‌ ୯୦ % ଆଉ ଫେକ୍‌ ସ୍ମାଇଲ୍‌-୧୦୦%।’ ଏଭଳି କିଛି ଲେଖି ଏକ ଡାଏରୀରେ ନିଜ ଜୀବନକୁ ବ୍ୟାଖ୍ୟା କରିଛି ଜମ୍ମୁ କଶ୍ରମର ଜେଲ ମହାନିର୍ଦ୍ଦେଶକ ହେମନ୍ତ ଲୋହିଆଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୁକ୍ତ ୟାସିର୍‌ ଅହମ୍ମଦ। ତା’ ରୁମ୍‌ରୁ ଏକ ହାତ ଲେଖା ଡାଏରୀ ମିଳିଛି। ଏଥିରୁ ସେ ତା’ ଜୀବନକୁ ନେଇ ଅସନ୍ତୁଷ୍ଟ ଥିବା ଓ ଡିପ୍ରେସନର ଶିକାର ହୋଇଥିବା ଜଣାପଡିଛି। ଏନେଇ ପ୍ରମାଣ ମିଳିଥିବା ପୁଲିସ ସୂଚନା ଦେଇଛି।

ୟାସିର ତା’ ଡାଏରୀରେ ଲେଖିଥିବା କିଛି ଲେଖାକୁ ପୁଲିସ ସାର୍ବଜନୀନ କରିଛି। ଯେଉଁଥିରେ ଏହା ସ୍ପଷ୍ଟ ଯେ ୟାସିର ତା’ ଜୀବନକୁ ନେଇ ଖୁସି ନଥିଲା ଏବଂ ସେ ଭ୍ରାନ୍ତ ଜିନିଷ ଲେଖୁଥିଲେ। ସେ ନିଜ ଡାଏରୀରେ ଗୀତ ଲେଖିବା ସହ ସାଏରୀ ମଧ୍ୟ ଲେଖିଛି। ହତ୍ୟାକାରୀ ୟାସିର୍‌ର ଫଟୋ ଜାରି କରି ପୁଲିସ ଲୋକଙ୍କୁ ନିବେଦନ କରିଛି ଯେ ଯଦି ଏହି ବ୍ୟକ୍ତିକୁ କୌଣସି ସ୍ଥାନରେ ଦେଖନ୍ତି, ତେବେ ତୁରନ୍ତ ପୁଲିସକୁ ଏ ବିଷୟରେ ଜଣାନ୍ତୁ।

ଗତକାଲି ବିଳମ୍ବିତ ରାତିରେ ଜମ୍ମୁ କଶ୍ମୀର ଜେଲ୍‌ ଡିଜି ହେମନ୍ତ ଲୋହିଆଙ୍କୁ ତାଙ୍କ ଘରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ଏହି ମାମଲାରେ ପ୍ରାଥମିକ ତଦନ୍ତରୁ ତାଙ୍କ ଘରେ କାମ କରୁଥିବା ରାମବନର ବାସିନ୍ଦା ୟାସିରଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି। ସେ ଗତ ୬ ମାସ ଧରି ଡିଜିଙ୍କ ଘରେ କାମ କରୁଥିଲା। ତେବେ ଡିଜିଙ୍କ ହତ୍ୟା ପରେ ସେ ଏବେ ଫେରାର ଅଛି।

ଘଟଣାସ୍ଥଳରୁ ଜବତ ହୋଇଥିବା ସିସିଟିଭି ଫୁଟେଜରେ ସନ୍ଧିଗ୍ଧ ଅଭିଯୁକ୍ତ ଅପରାଧ ଘଟଣାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ଦେଖିବାକୁ ମିଳିଛି ବୋଲି ପୁଲିସ କହିଛି। ସେପଟେ ଏହି ହତ୍ୟା ପାଇଁ ଆତଙ୍କବାଦୀ ସଙ୍ଗଠନ ଟିଆର୍‌ଏଫ୍‌ ନିଜକୁ ଦାୟୀ କାରିଛି। କେବଳ ସେତିକି ନୁହେଁ ଗୃହମନ୍ତ୍ରୀ ଏମିତ ଶାହାଙ୍କ ଗସ୍ତ ଆଗରୁ ଏହା ଏକ ଛୋଟ ଭେଟି ବୋଲି ଆତଙ୍କୀ ସଙ୍ଗଠନ TRF ବୟାନ ଜାରି କରିଛି ।

The post ଲଭ୍‌-୦%, ଫେକ୍‌ ସ୍ମାଇଲ-୧୦୦%: ଡାଏରୀରୁ ଖୁଲାସା, ଡିପ୍ରେସନରେ ଥିଲା ଡିଜିଙ୍କ ହତ୍ୟାକାରୀ appeared first on Odisha Reporter.



from Odisha Reporter https://ift.tt/dy3nBga

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages