ଆଜି ମହାନବମୀ: ଶ୍ଲୋକ ଓ ଚଣ୍ଡିପାଠରେ କମ୍ପୁଛି ପରିବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 3, 2022

ଆଜି ମହାନବମୀ: ଶ୍ଲୋକ ଓ ଚଣ୍ଡିପାଠରେ କମ୍ପୁଛି ପରିବେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ। ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା।

ଆଜି ପୀଠରେ ମା’ଙ୍କର ମହାଦଶମୀ ଥିବା ବେଳେ ମଣ୍ଡପରେ ମହାନବମୀ। ଆଜି ବିଭିନ୍ନ ମଣ୍ଡପରେ କନ୍ୟା ପୂଜନ ନୀତି ଅନୁଷ୍ଠିତ ହେଉଛି। କନ୍ୟା ପୂଜନରେ ମାଆଙ୍କୁ ପ୍ରସନ୍ନ କରିବାକୁ ୯ ଜଣ କୁନି ଝିଅକୁ ପୂଜା କରାଯାଇଥାଏ। ଏହା ସହିତ ଘରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ। ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜାକୁ ଉଲ୍ଲାସର ସହ ପାଳନ କରାଯାଉଛି।

ଦଶହରା ପାଇଁ କଟକର ଅଧିକାଂଶ ପୂଜା ମଣ୍ଡପରେ ଆକର୍ଷଣ ସାଜିଛି ସୁନା ଚାନ୍ଦି ମେଢ଼। ତା’ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ମଣ୍ଡପ। ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଓ ଆଖି ଝଲସା ତୋରଣ ଦେଖିବାକୁ ଭିଡ଼ ଜମୁଛି।

 

The post ଆଜି ମହାନବମୀ: ଶ୍ଲୋକ ଓ ଚଣ୍ଡିପାଠରେ କମ୍ପୁଛି ପରିବେଶ appeared first on Odisha Reporter.



from Odisha Reporter https://ift.tt/QuF86wV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages