ନୂଆଦିଲ୍ଲୀ: ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ଅପ୍କମିଂ ଫିଲ୍ମ ‘ରାମ ସେତୁ’ର ରିଲିଜ ପୂର୍ବରୁ ୨୩ ୱେବସାଇଟ୍ ଉପରେ ଲାଗିଲା ରୋକ୍। ପାଇରେସି ରୋକିବା ପାଇଁ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ହାଇକୋର୍ଟ।
କୋର୍ଟ ୨୩ଟି ୱେବସାଇଟ୍ ଉପରେ ରାମ ସେତୁର ଡିଷ୍ଟ୍ରିବୁସେନ୍, ଷ୍ଟ୍ରିମିଂ, ଡାଉନଲୋଡିଂ ଓ ହୋଷ୍ଟିଂ ଉପରେ ରୋକ ଲଗାଇ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ୨୩ଟି ୱେବସାଇଟ୍ ର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ୱେବସାଇଟରୁ ରାମ ସେତୁ ଡାଉନଲୋଡ୍ ହୋଇପାରିବ ନାହିଁ । ବିନା ଅନୁମତିରେ ଫିଲ୍ମକୁ ପହଁଚାଇବା କପିରାଇଟ୍ ନିୟମର ଉଲ୍ଲଂଘନ ହେବ।
ହାଇକୋର୍ଟ କହିବା ମୁତାବକ, ଫିଲ୍ମ ତିଆରି କରିବା ଓ ଏହାକୁ ପ୍ରୋମସନ୍ କରିବା ପାଇଁ ମେକର୍ସମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ନିର୍ମାତାଙ୍କ ବିନା ଅନୁମତିରେ ୱେବସାଇଟ୍, ମୋବାଇଲ୍ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଫିଲ୍ମଟି କୌଣସି ପ୍ରକାରେ ମୁକ୍ତିଲାଭ କରେ, ତେବେ ଏହା ଭୁଲ ହେବ। କୋର୍ଟ ‘ରାମ ସେତୁ’ ପାଇଁ ୨୩ଟି ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଫେବ୍ରୁଆରୀ ୨୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ, ନୁସରତ ଭରୁଚା ମଧ୍ୟ ଲିଡ୍ ରୋଲ୍ରେ ଅଛନ୍ତି। ଆସନ୍ତା ୨୫ ତାରିଖରେ ଫିଲ୍ମ ‘ରାମ ସେତୁ’ ପରଦାକୁ ଆସିବ।
The post ‘ରାମ ସେତୁ’ ରିଲିଜ ପୂର୍ବରୁ ୨୩ ୱେବସାଇଟ୍ ଉପରେ ରୋକ୍ appeared first on Odisha Reporter.
from Odisha Reporter https://ift.tt/D4z5Bjo
No comments:
Post a Comment