ମନ୍ତ୍ରୀଙ୍କ ପୁତୁରାଙ୍କ ଦବଙ୍ଗଗିରି; ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 12, 2022

ମନ୍ତ୍ରୀଙ୍କ ପୁତୁରାଙ୍କ ଦବଙ୍ଗଗିରି; ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ

ଲକ୍ଷ୍ନୌ: ବିଳମ୍ବିତ ରାତିରେ ଖାଦ୍ୟ ପରଷିବା ସମ୍ଭବ ନୁହେଁ ବୋଲି ରେଷ୍ଟୁରାଣ୍ଟ କର୍ମଚାରୀ ସଫା ସଫା ଶୁଣାଇ ଦେବାରୁ ତାତିଗଲେ  ମନ୍ତ୍ରୀଙ୍କ ପୁତୁରା। ଆଉ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉପରେ କାର୍‌ ଚଢ଼ାଇବାକୁ ଉଦ୍ୟମ କଲେ। ପ୍ରାଣ ବିକଳରେ କର୍ମଚାରୀମାନେ ଦୌଡ଼ି ନିଜ ଜୀବନ ବଞ୍ଚାଇ ଦେଇଥିବା ବେଳେ ରେଷ୍ଟୁରାଣ୍ଟରେ କିନ୍ତୁ ବହୁତ ଭଙ୍ଗାରୁଜା ହୋଇଛି। ଏପରି ଘଟଣା ଉତ୍ତରପ୍ରଦେଶରେ ବରେଲିରେ ଘଟିଥିବା ବେଳେ ମନ୍ତ୍ରୀଙ୍କ ପୁତୁରାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀଙ୍କ ପୁତୁରା ଅମିତ କୁମାର ସକସେନା ନିଜ ସହଯୋଗୀଙ୍କ ସହ ବରେଲୀର ଏକ ରେଷ୍ଟୁରାଣ୍ଟ ଯାଇଥିଲେ। ମାତ୍ର ରେଷ୍ଟୁରାଣ୍ଟ ବନ୍ଦ ହୋଇ ଯାଇଥିବାରୁ ଖାଦ୍ୟ ପରଷି ହେବ ନାହିଁ ବୋଲି କର୍ମଚାରୀମାନେ ମନା କହି ଫେରାଇ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ଅମିତ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଗାଳିଗୁଲଜ କରି ସେଠାରୁ ଫେରାର ହୋଇ ଯାଇଥିଲେ।

ଏହାର କିଛି ସମୟ ପରେ ସେ ପୁଣି ଫେରିଥିଲେ। ଉକ୍ତ ସମୟରେ ରେଷ୍ଟୁରାଣ୍ଟର କର୍ମଚାରୀ ବାହାରେ ଖାଉଥିବା ବେଳେ ଅମିତ ନିଜ କାର୍‌ ସେମାନଙ୍କ ଉପରେ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ଏହାଦେଖି କର୍ମଚାରୀମାନେ ପ୍ରାଣ ବିକଳରେ ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା କରିଥିଲେ । ମାତ୍ର ଏଥିରେ ରେଷ୍ଟୁରାଣ୍ଟର ବହୁ କ୍ଷତି ଘଟିଛି।

ସୂଚନା ପାଇ ପ୍ରେମ ନଗର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ ହୋଟେଲ ମାଲିକଙ୍କ ପୁଅ ଥାନାରେ ଅଭିଯୋଗ କରିବା ସହ ମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଇଥିଲେ। ମାତ୍ର ରାତିସାରା ଅପେକ୍ଷା କରିଥିଲେ ବି ମନ୍ତ୍ରୀ  ଶୋଇଥିବାରୁ ଏବେ ସାକ୍ଷାତ ସମ୍ଭବ ନୁହେଁ ବୋଲି ତାଙ୍କ ସୁରକ୍ଷା କର୍ମୀ କହିଥିଲେ। ଫଳରେ ସେ ନିରାଶ ହୋଇ ଫେରିଥିବା କହିଛନ୍ତି।

The post ମନ୍ତ୍ରୀଙ୍କ ପୁତୁରାଙ୍କ ଦବଙ୍ଗଗିରି; ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ appeared first on Odisha Reporter.



from Odisha Reporter https://ift.tt/rE8DGny

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages