ଇସଲାମବାଦ: ବସ୍ ଯୋଗେ ନିଜ ଘରକୁ ଫେରୁଥିଲେ ବନ୍ୟା ପ୍ରପୀଡ଼ିତ । ହେଲେ ବାଟରେ ଜଗି ରହିଥିଲା ମୃତ୍ୟୁ। ଦ୍ରୁତ ଗତିରେ ଯାଉଥିବା ବସ୍ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଥିବା ବେଳେ ୧୭ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ୮ ଛୋଟ ଛୁଆ ଥିବା ଜଣାଯାଇଛି। ଏପରି ଦୁଃଖଦ ଘଟଣା ପାକିସ୍ତାର ସିନ୍ଧ ଜିଲ୍ଲାର ନୁରିଆବାଦ ସହରରେ ଗତକାଲି ସନ୍ଧ୍ୟାରେ ଘଟିଛି।
ସୂଚନା ଅନୁଯାୟୀ, ବନ୍ୟା ଯୋଗୁ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳୀରେ ରଖାଯାଉଛି। ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ କରାଚିସ୍ଥିତ ଏକ ଆଶ୍ରୟସ୍ଥଳୀରୁ ପ୍ରାୟ ୫୦ରୁ ଅଧିକ ବନ୍ୟା ପ୍ରପୀଡିତ ଏକ ସରକାରୀ ବସ୍ ଯୋଗେ ଖୈରପୁର ନାଥନଶାହ ଅଭିମୁଖେ ଫେରୁଥିଲେ ।
ବସ୍ଟି କରାଚିଠାରୁ ପ୍ରାୟ ୯୦ କିମି ଯାଇ ସାରିଥିବା ବେଳେ ନୁରିଆବାଦ ସହରରେ ହଠାତ୍ ବସ୍ରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ୧୭ ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସ୍ଥାନୀୟ ପୁଲିସ୍ ପକ୍ଷରୁ କୁହାଯାଇଛି।
ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ବସ୍ର ଏୟାର କଣ୍ଡିସନ ସିଷ୍ଟମରେ ତ୍ରୁଟି ଯୋଗୁ ଏତେ ବଡ଼ ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ବସ୍ରେ ନିଆଁ ଲାଗିଥିବା ବେଳେ ବହୁ ଯାତ୍ରୀ ତଳକୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇ ପାରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।
The post ଘରମୁହାଁ ଥିଲେ ବନ୍ୟା ପ୍ରପୀଡ଼ିତ; ଜଳିଗଲା ବସ୍, ୧୭ ଜୀବନ୍ତ ଦଗ୍ଧ appeared first on Odisha Reporter.
from Odisha Reporter https://ift.tt/QMzki80
No comments:
Post a Comment