ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନେଇ ପରିବହନ କମିଶନରଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗାଁ ଗହଳିରେ ଓ ଉପାନ୍ତ ଅଞ୍ଚଳରେ ଗାଡ଼ିଗୁଡ଼ିକୁ ଯେପରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯାଇପାରିବ ସେନେଇ ପଦକ୍ଷେପ ନେବାକୁ କହିଛନ୍ତି।
ଗତ ୬ ତାରିଖରେ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ ଏନେଇ ରାଜ୍ୟ ପରିବହନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ କେତେ ପୁରୁଣା ଗାଡ଼ି ଅଛି, ସେସବୁରେ ନୂଆ ନମ୍ବର ଲାଗିବାକୁ ହେଲେ କେତେଦିନ ଆବଶ୍ୟକ ହେବ, ତାହାର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯେଉଁ ଗାଡ଼ି ଗୁଡ଼ିକର ଉତ୍ପାଦନ ବନ୍ଦ ହୋଇଯାଇଛି, ହେଲେ ସେସବୁ ଏବେ ବ୍ୟବହାର ହେଉଛି, ସେସବୁ ଗାଡ଼ିରେ ନୂଆ ନମ୍ବର ପ୍ଲେଟ କିପରି ଲାଗିବ ସେନେଇ ମଧ୍ୟ ପଦକ୍ଷେପ ନେବାକୁ ସରକାର କହିଛନ୍ତି।
ରାଜ୍ୟରେ ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା କେତେ ଗାଡ଼ି ଅଛି ଓ ସେଗୁଡ଼ିକରେ ନମ୍ବର ପ୍ଲେଟ ଲଗାଇବାକୁ କେତେଦିନ ଆବଶ୍ୟକ, ତାହା ସ୍ଥିର କରିବାକୁ ସରକାର ଚିଠିରେ ଉଲ୍ଲେଖ କରିଛନ୍ତି।
The post ସରକାରଙ୍କ ନୂଆ ନମ୍ବର ପ୍ଲେଟ ଚିନ୍ତା; ରାଜ୍ୟ ପରିବହନ ଆୟୋଗଙ୍କୁ ଚିଠି appeared first on Odisha Reporter.
from Odisha Reporter https://ift.tt/glHbXpu
No comments:
Post a Comment