ଆଜିଠୁ ଫୁଟବଲ୍ ମହାକୁମ୍ଭ, ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 10, 2022

ଆଜିଠୁ ଫୁଟବଲ୍ ମହାକୁମ୍ଭ, ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବାଜିବ ୧୭ ବର୍ଷରୁ କମ୍ ଫିଫା ଫୁଟବଲ୍‌ ବିଶ୍ୱକପ ବିଗୁଲ୍ । ଆରମ୍ଭ ହେବ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ ।   ଏଥିଲାଗି ନୂଆ ବୋହୂ ପରି ସଜେଇ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ । ମୋରକ୍କୋ ଓ ବ୍ରାଜିଲ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ପରେ ସଂଧ୍ୟାରେ ଆମେରିକାକୁ ଭେଟିବ ଭାରତ । ଏଥିଲାଗି ଷ୍ଟାଡିୟମ୍ ଓ ଖେଳାଳି ସମସ୍ତେ ପ୍ରସ୍ତୁତ୍ ।

  ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ଦେଖିବାକୁ ମିଳୁଛି ଫୁଟବଲ ଫିଭର । ଷ୍ଟାଡିୟମରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର । ୧୨ ହଜାର କ୍ଷମତା ସମ୍ପନ୍ନ କଳିଙ୍ଗ ଷ୍ଟାଡିୟମକୁ ଅତି ସୁନ୍ଦର ଭାବେ ସମ୍ବଲପୁରୀ ପଶାପଲୀ ଡିଜାଇନ୍‌ରେ  ସଜା ଯାଇଛି । ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍‌ଗୁଡ଼ିକୁ ନୂଆ ରୂପ ଦିଆଯାଇଛି । 

ସମ୍ବଲପୁରୀ ଡିଜାଇନରେ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ ।

ବ୍ରାଜିଲ ଓ ମରୋକୋ ମଧ୍ୟରେ ଅପରାହ୍ନ ସାଢ଼େ ୪ଟାରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ । ଏହାପରେ ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକାକୁ ଟକ୍କର ଦେବ ଆୟୋଜକ ଭାରତ । ଅଣ୍ଡର ସେଭେଣ୍ଟିନ୍‌ ଫିଫା ମହିଳା ବିଶ୍ୱକପ୍‌ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେଉଛି।   ଏଥିନିମନ୍ତେ ଦୀର୍ଘ ୭ ମାସ ହେଲା ଖେଳାଳିମାନେ ଅଭ୍ୟାସ ଚଳାଇଛନ୍ତି । ମାନସିକ ଓ ଶାରୀରିକ ଭାବେ ଆମେ ଶକ୍ତ ଅଛୁ  ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବୁ ବୋଲି ମହିଳା ଟିମ୍‌ ଅଧିନାୟକ କହିଛନ୍ତି ।  

ରାଜଧାନୀର ଚାରିଆଡ଼େ ଲାଗିଛି ହୋର୍ଡିଂ ।

ଭୁବନେଶ୍ବର, ଗୋଆ ଏବଂ ନଭି ମୁମ୍ବାଇ ଭଳି ୩ଟି ଭେନ୍ୟୁରେ ଖେଳାଯିବ ଟୁର୍ଣ୍ଣମେଣ୍ଟର ସମସ୍ତ ମ୍ୟାଚ୍ । ଆଜିଠୁ ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ଆସନ୍ତା ୩୦ରେ ହେବ ଫାଇନାଲ୍ ଫାଇଟ୍ ।  ଫୁଟବଲ୍‌ ବିଶ୍ୱକପରେ ଆୟୋଜକ ଭାରତ ସମେତ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଭାରତ ସମେତ ମରକ୍କୋ, ବ୍ରାଜିଲ୍, ଆମେରିକା, ନାଇଜେରିଆ ଓ ଚିଲ୍ଲି ଟିମ୍‌ଙ୍କର କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ୍ ରହିଛି । ଏ ନେଇ ସମସ୍ତ ଦଳ କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।

ପୁଲିସ୍‌ ଅଧିକାରୀଙ୍କ ବୈଠକ ।

ଦର୍ଶକମାନେ ମ୍ୟାଚ୍‌କୁ ନେଇ ଉତ୍କଣ୍ଠାରେ ଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଫିଫା ଫୁଟବଲ୍ ବିଶ୍ୱକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡ଼ିୟମ୍ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ  ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । କିଭଳି ଶାନ୍ତି ଶୃଙ୍ଖଳାର ସହ ମ୍ୟାଚ୍ ଆୟୋଜନ ହେବ ସେ ନେଇ କମିଶନରେଟ୍ ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପୁଲିସ କମିଶନର କହିଛନ୍ତି  

The post ଆଜିଠୁ ଫୁଟବଲ୍ ମହାକୁମ୍ଭ, ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍ appeared first on Odisha Reporter.



from Odisha Reporter https://ift.tt/9YI0uTK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages