ହାତୀ ମୃତ୍ୟୁ ପରେ ଚେତିଲା ବନ ବିଭାଗ; ଯୋଡ଼ାରେ ଲାଗିଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 8, 2022

ହାତୀ ମୃତ୍ୟୁ ପରେ ଚେତିଲା ବନ ବିଭାଗ; ଯୋଡ଼ାରେ ଲାଗିଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ

ଚମ୍ପୁଆ (ଓଡ଼ିଶା ରିପୋର୍ଟର):କେନ୍ଦୁଝର ଯୋଡ଼ାରେ ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ। ରେଳ ଧାରଣା ନିକଟରେ ଟ୍ରେଞ୍ଚ ଖୋଳା ଯିବା ସହ ଲଗାଯାଇଛି ହ୍ୟାଙ୍ଗିଂ ସୋଲାର ନ୍ସିଂ।  ଓଡ଼ିଶାରେ ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ କେନ୍ଦୁଝର ଓ ଯୋଡ଼ାରେ ଏହି ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ବା ଝୁଲନ୍ତା ସୌର ବିଦ୍ୟୁତ ବାଡ଼ ସ୍ଥାପନ କରାଯାଇଛି।

ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଓ ଯୋଡ଼ା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାଏକ ଏହାକୁ ଉଦଘାଟନ କରିଥିଲେ।  କ୍ରେଚ୍ ହଟିଂଠାରୁ ବେହେରା ହଟିଂ ପର୍ଯ୍ୟନ୍ତ ରେଳ ଧାରଣାର ଉଭୟ ପାର୍ଶ୍ୱରେ  ୭୫୦ମିଟରର ଝୁଲନ୍ତା ସୌର ବିଦ୍ୟୁତ ତାର ବାଡ଼ ଲଗାଯାଇଛି।  ଏଥିପାଇଁ ବନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।  ଝୁଲନ୍ତା ତାରରେ ୧୦ ହଜାର ଭୋଲ୍ଟର ବିଦ୍ୟୁତ ସଂଚାର ହେବ। ଏହି କରେଣ୍ଟ ସଂସ୍ପର୍ଶରେ ହାତୀ କିମ୍ବା ଅନ୍ୟ ବନ୍ୟ ଜନ୍ତୁ ଆସିଲେ ମାତ୍ର ୩ ମିଲି ସେକେଣ୍ଡ ପାଇଁ ବିଦ୍ୟୁତ ଝଟକା ଲାଗିବ। ତେବେ ଏହି ବିଦ୍ୟୁତ୍ ଆଘାତରେ ଜୀବ ଜନ୍ତୁଙ୍କ ପ୍ରାଣ ହାନୀ ଘଟିବ ନାହିଁ।

ଯୋଡ଼ା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ କହିଛନ୍ତି, ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ଲାଗିବା ଯୋଗୁ ହାତୀ ବି ନିରାପଦ ରହିବ। ଲୋକମାନେ ମଧ୍ୟ ନିରାପଦରେ ଯିବା ଆସିବେ କରିବେ।

The post ହାତୀ ମୃତ୍ୟୁ ପରେ ଚେତିଲା ବନ ବିଭାଗ; ଯୋଡ଼ାରେ ଲାଗିଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ appeared first on Odisha Reporter.



from Odisha Reporter https://ift.tt/8BToiz1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages