ନୂଆଦିଲ୍ଲୀ: ‘ଆମେ ସବୁଠୁ ଅଧିକ କଣ୍ଡୋମ ବ୍ୟବହାର କରୁଛୁ। ମୁସଲମାନଙ୍କ ଜନସଂଖ୍ୟା ବଢ଼ୁନି ବରଂ ଦିନକୁ ଦିନ କମି କମି ଯାଉଛି।’ ଭାରତରେ ଧାର୍ମିକ ଅସନ୍ତୁଳନ ଉପରେ ଏଭଳି କିଛି ପ୍ରତିକ୍ରିୟା ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ।
ସୂଚନାଯୋଗ୍ୟ, ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ନିଜ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଜନସଂଖ୍ୟା ଅସନ୍ତୁଳନ ପ୍ରସଙ୍ଗକୁ ଅଣଦେଖା ନ କରାଯିବା ଉଚିତ୍।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଓୱେସୀ କହିଛନ୍ତି, ରାଗନ୍ତୁ ନାହିଁ, ସଂଖ୍ୟାଲଘୁ ଜନସଂଖ୍ୟା ବୃଦ୍ଧି ପାଉନାହିଁ, ବରଂ ହ୍ରାସ ପାଉଛି। କିଏ ସବୁଠୁ ବେଶୀ କଣ୍ଡୋମ୍ ବ୍ୟବହାର କରୁଛି? ଆମେ। ତୁମେ ଅଜଥାରେ ଚିନ୍ତା କରନାହିଁ।’ ସେ ଆହୁରି କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ରଖନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରେକର୍ଡ ଅନୁସାରେ, ସଂଖ୍ୟାଲଘୁମାନଙ୍କର ସମୁଦାୟ ପ୍ରଜନନହାର ୨% ହ୍ରାସ ପାଇଛି।’
#WATCH | On RSS chief Mohan Bhagwat's statement that there's a religious imbalance in India, AIMIM chief Asaduddin Owaisi says, "Don't fret, Muslim population is not increasing, it's rather falling… Who's using condoms the most? We are. Mohan Bhagwat won't speak on this." pic.twitter.com/kcaYLaNm7A
— ANI (@ANI) October 8, 2022
ସୂଚନାଯୋଗ୍ୟ, ବୁଧବାର ନାଗପୁରରେ ଆୟୋଜିତ ‘ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ’ର ପାରମ୍ପରିକ ବିଜୟାଦଶମୀ ପାଳନ ଉତ୍ସବରେ ଭାଷଣ ଦେବା ବେଳେ ଭାଗବତ କହିଥିଲେ ଯେ, ଧର୍ମଭିତ୍ତିକ ଜନସଂଖ୍ୟା ସନ୍ତୁଳନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉପେକ୍ଷା କରାଯାଇ ପାରିବ ନାହିଁ। ଜନସଂଖ୍ୟା ଅସନ୍ତୁଳନ ଯୋଗୁଁ ଭୌଗଳିକ ସୀମାରେଖାରେ ପରିବର୍ତ୍ତନ ଘଟୁଛି।
The post ସବୁଠୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ: ଓୱେସୀ appeared first on Odisha Reporter.
from Odisha Reporter https://ift.tt/8j5MxE9
No comments:
Post a Comment