ମୁମ୍ବାଇ: ଗୋଟିଏ ଦୁର୍ଘଟଣା ଘଟିଥିଲା। ଏଥିରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ପାଇଁ ବ୍ୟବସ୍ଥା ଚାଲିଥିଲା। ସେଥିପାଇଁ ଦୁର୍ଘଟଣାସ୍ଥଳରେ ପ୍ରାୟ ୨୦ ଜଣ ଲୋକ ଜମା ହୋଇଥିଲେ। ଆଉ ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ କାର ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା-ୱର୍ଲିଂ ସି ଲିଙ୍କରେ।
ଏହି ଦୁର୍ଘଟଣା ଘଟିଥିଲା ବୁଧବାର ଭୋର ପ୍ରାୟ ୪ଟା ବେଳେ। ଏହି ରାସ୍ତାରେ ଦୁର୍ଘଟଣା ଘଟିଥିବାରୁ କିଛି ଲୋକ ଜମା ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନା ପଠାଇବାକୁ ବ୍ୟବସ୍ଥା ହେଉଥିଲା। ସେଥିପାଇଁ ଆମ୍ବୁଲାନ୍ସ ପହଞ୍ଚି ସାରିଥିଲା। ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ିଗୁଡ଼ିକ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ କାର ଆସି ସେଠାରେ ଜମା ହୋଇଥିବା ଲୋକଙ୍କୁ ଧକ୍କା ଦେବା ସହିତ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକୁ ମଧ୍ୟ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
The post ଦୁର୍ଘଟଣାସ୍ଥଳରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ, ମାଡ଼ିଗଲା କାର୍; ୫ ମୃତ, ୧୨ ଆହତ appeared first on Odisha Reporter.
from Odisha Reporter https://ift.tt/aXP3vYr
No comments:
Post a Comment