ଆବଶ୍ୟକ ସାମଗ୍ରୀ: ଚିକେନ, ପିଆଜ, ରସୁଣ ପାଖୁଡ଼ା, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ରିଫାଇନ ତେଲ, ଗରମ ମସଲା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନରେ ଲୁଣ, ହଳଦୀ ପକେଇ ଭଲ ଭାବରେ ଗୋଳାଇ ରଖନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ସେଥିରେ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲା ପରେ ଲୁଣ ହଳଦୀ ଗୋଳା ଚିକେନ୍ ପକାଇ କଷନ୍ତୁ। ଚିକେନ ଅଳ୍ପ କଷି ହୋଇଗଲେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗରମ ମସଲା ଓ ଗୋଟା ରସୁଣ ପକାଇ ଗୋଳାଇ ଦିଅନ୍ତୁ।
ଚିକେନରେ ମସଲା ଭଲ ଭାବେ ମିଶି ଯିବା ପରେ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ପ୍ରତି ୪ରୁ ୫ ମିନିଟ୍ ବ୍ୟବଧାନରେ ଚିକେନକୁ ଗୋଳାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ ସିଝିଗଲା ପରେ ଗ୍ୟାସ ଆଞ୍ଚକୁ ବନ୍ଦ କରି ଦିଅନ୍ତୁ। କରେଇରୁ ଚିକେନକୁ ଏକ ପାତ୍ରକୁ କାଢ଼ି ଅଳ୍ପ ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗୋଟା ରସୁଣ ଚିକେନ ଲଟପଟ। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇ ପାରିବେ।
The post ଗୋଟା ରସୁଣ ଚିକେନ ଲଟପଟ appeared first on Odisha Reporter.
from Odisha Reporter https://ift.tt/qL6JXGo
No comments:
Post a Comment