ଲୁଚିଛପି ନିର୍ବନ୍ଧ କଲେ ବିଗ୍‌ବସ୍‌ ଫେମ୍‌ ଏଜାଜ-ପବିତ୍ରା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 5, 2022

ଲୁଚିଛପି ନିର୍ବନ୍ଧ କଲେ ବିଗ୍‌ବସ୍‌ ଫେମ୍‌ ଏଜାଜ-ପବିତ୍ରା!

ମୁମ୍ବାଇ: ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ୍‌ କପଲ୍‌ ଏଜାଜ ଖାନ୍‌ ଓ ପବିତ୍ରା ପୁନିଆ। ଖୁବଶୀଘ୍ର ଏ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ଏହି ସେଲେବ୍ରିଟି କପଲ୍‌ ଲୁଚିଛପି ନିର୍ବନ୍ଧ କରିନେଇଛନ୍ତି। ଏନେଇ ଖୋଦ୍‌ ଇସାରା ଦେଇଛନ୍ତି ଅଭିନେତ୍ରୀ ପବିତ୍ରା ପୁନିଆ। ଯାହାକୁ ନେଇ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି।

ପବିତ୍ରା ପୁନିଆ ଓ ଏଜାଜ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କ ଲଭ୍‌ ଷ୍ଟୋରୀ ବିଗ୍‌ ବସ୍‌ ସିଜନ୍‌-୧୪ରୁ ଆରମ୍ଭ ହୋଇଥିଲା। ନିକଟରେ ପବିତ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ଶେୟାର କରିଥିଲେ। ଏଥିରେ ସେ ନିଜ ହାତରେ ପିନ୍ଧିଥିବା ଦାମୀ ହୀରା ମୁଦିକୁ ଦେଖାଇଛନ୍ତି। ଆଉ କ୍ୟାପସନ୍‌ରେ ଲେଖିଛନ୍ତି ‘What’? ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି କି ଏଜାଜ ଖାନଙ୍କ ସହ ବୋଧ ହୁଏ ନିର୍ବନ୍ଧ କରିନେଇଛନ୍ତି। ଏଥିସହ ଅନେକ ୟୁଜର୍ସ ଲୁଚିଛପି ନିର୍ବନ୍ଧ କରିନେଇଛନ୍ତି କି ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି। ଏତେ ସବୁ ଚର୍ଚ୍ଚା ଭିତରେ ବି ଦୁହେଁ ନୀରବ ଅଛନ୍ତି। ନିର୍ବନ୍ଧକୁ ନେଇ ଉଭୟ କୌଣସି ଅଫିସିଆଲ୍‌ ରୂପେ ଘୋଷଣା କରିନାହାନ୍ତି।

ଏଜାଜ୍ ଖାନ୍ ଓ ପବିତ୍ରା ପୁନିଆଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଏହି ଦମ୍ପତି ପ୍ରାୟତଃ ପରସ୍ପର ସହିତ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଦୀର୍ଘ ଦିନ ଧରି ପରସ୍ପର ସହ ଲିଭ୍‌-ଇନରେ ମଧ୍ୟ ରହୁଛନ୍ତି।

The post ଲୁଚିଛପି ନିର୍ବନ୍ଧ କଲେ ବିଗ୍‌ବସ୍‌ ଫେମ୍‌ ଏଜାଜ-ପବିତ୍ରା! appeared first on Odisha Reporter.



from Odisha Reporter https://ift.tt/C2jRVQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages