ଧାମନଗନର ଉପନିର୍ବାଚନ: ଆଜି ନାମାଙ୍କନର ଶେଷ ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 13, 2022

ଧାମନଗନର ଉପନିର୍ବାଚନ: ଆଜି ନାମାଙ୍କନର ଶେଷ ଦିନ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗନର ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ମୈଦାନରେ ବିଜେପିର ସୂର୍ଯ୍ୟ ବଂଶୀ ସୂରଜ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି।

ତେବେ ଅବନ୍ତୀ ବିଜେଡିର ପ୍ରାର୍ଥୀ ହେବା ପରେ ଚରମ ସୀମାରେ ପହଞ୍ଚିଛି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ। ଟିକଟ ନ ମିଳିବାରୁ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ଆଜି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି।  ତେବେ ସେ ସ୍ୱାଧୀନ ଭାବେ ନାମାଙ୍କନ କରିବେ କି ନାହିଁ ତା ଉପରେ ‌ଆଜି ସମସ୍ତଙ୍କ ନଜର ରହିଛି।

ଧାମନଗରବାସୀ, ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ ଯାହା ନିଷ୍ପତ୍ତି ଜଣାଇବେ, ତାକୁ ସ୍ୱାଗତ କରିବେ ବୋଲି ରାଜୁ ବାରମ୍ବାର କହୁଛନ୍ତି।  ରାଜେନ୍ଦ୍ର ଦାସ ଯଦି ସ୍ୱାଧୀନ ଭାବେ ପ୍ରାର୍ଥୀ ହୁଅନ୍ତି, ବିଜେଡିରେ ଗୋଟେ ବଡ଼ ଧରଣର ବିଦ୍ରୋହ ହେବ। ରାଜୁଙ୍କ ଉପସ୍ଥିତିରେ ଯଦିଓ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା ଓ ରାଜୁ ସେତେବେଳେ ଏହାକୁ ସମର୍ଥନ କରିଥିଲେ।  ହେଲେ ଭୁବନେଶ୍ୱର ଫେରି ଭଦ୍ରକରେ ପହଞ୍ଚିବା ପରେ ସ୍ଥିତି ବଦଳି ଯାଇଥିଲା। ଏହାସହ ସେ ଗତକାଲି ଏକ ଲୁହ ଭିଜା ଚିଠି ଲେଖି ଧାମନଗରବାସୀଙ୍କୁ ସେମାନଙ୍କ ମତ ମାଗିଥିଲେ। ଏପରିକି ତାଙ୍କ ପ୍ରତି ୨୦୧୯ରେ କିଭଳି ଅନ୍ୟାୟ କରାଯାଇଥିଲା, ତାହା ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ।  ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିବାରୁ ବିଜେଡିର ଏକ ଟିମ୍ ପହଞ୍ଚି ରାଜେନ୍ଦ୍ର ଓ ତାଙ୍କ ସମର୍ଥକଙ୍କୁ ବୁଝାସୁଝା କରିଛି।

ଅନ୍ୟପଟେ ରାଜେନ୍ଦ୍ର ଦାସ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିବେ ବୋଲି ତାଙ୍କ ସମର୍ଥକଙ୍କ ପକ୍ଷରୁ କିଛି ପୋଷ୍ଟର ସୋଶାଅଲ ମିଡିଆରେ ଭାଇରାଲ ହେଉଛି।  ତେବେ ଏହି ପୋଷ୍ଟର ନେଇ ରାଜେନ୍ଦ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

The post ଧାମନଗନର ଉପନିର୍ବାଚନ: ଆଜି ନାମାଙ୍କନର ଶେଷ ଦିନ appeared first on Odisha Reporter.



from Odisha Reporter https://ift.tt/aQu9kGD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages