ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ଫୁଟିଛି ଗୁଳି। ଏଥର ଜଣେ ନାବାଳକର ଆଖିବୁଜା ଗୁଳି ମାଡ଼ରେ ଜଣେ ପୁଲିସ୍ ଅଧିକାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ଛାତିଥରା ଘଟଣା ଗତକାଲି ରାତିରେ ଆମେରିକାର ଉତ୍ତର କାରୋଲିନା ସହରରେ ଘଟିଛି।
ସ୍ଥାନୀୟ ମେୟରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଜଣେ ନାବାଳକ ଆମେରିକାର ଉତ୍ତର କାରୋଲିନାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକ ଲମ୍ବା ବନ୍ଧୁକ ଧରି ପହଞ୍ଚିଥିଲା। ଏହାପରେ ନାବାଳକଜଣକ ଆଖି ବୁଜା ଗୁଳି ଚାଳନା କରିବାରୁ ଜଣେ ଅଫ୍ ଡ୍ୟୁଟି ପୁଲିସ ଅଧିକାରୀଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଗୁଳିମାଡ଼ ଯୋଗୁ ବହୁତ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଏହି ଘଟଣା ପରେ ନାବାଳକଜଣକ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ତାଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ତଲାସୀ ଆରମ୍ଭ କରିଛି। ଏଥିସହ ସ୍ଥାନୀୟ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପୁଲିସ୍ ପକ୍ଷରୁ ଅପିଲ କରାଯାଇଛି।
ଆମେରିକାରେ ବିଭିନ୍ନ ସମୟରେ ଗୁଳିକାଣ୍ଡ ଘଟଣାରେ ବହୁ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ଉପରେ କଡ଼ାକଡ଼ି ଆଇନ ଲାଗୁ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ ବନ୍ଧୁକ ହିଂସା ନିରୋଧୀ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି। ଏହାସତ୍ତ୍ୱେ ଏଠାରେ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ଉପରେ ବ୍ରେକ୍ ଲାଗୁନି।
The post ଆମେରିକାରେ ପୁଣି ଫୁଟିଲା ଗୁଳି; ନାବାଳକ ଗୁଳିମାଡ଼ରେ ୫ ମୃତ appeared first on Odisha Reporter.
from Odisha Reporter https://ift.tt/sq4d1H9
No comments:
Post a Comment