ନୂଆଦିଲ୍ଲୀ: ବାରଣ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ। ଦୀପାବଳି ଅବସରରେ ଏଠାରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲେ ସୁୂଦ୍ଧା ଦିଲ୍ଲୀବାସୀ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଖୋଲାଖୋଲି ଭାବେ ପ୍ରବଳ ବାଣ ଫୁଟାଇଛନ୍ତି। ଫଳରେ ଦିଲ୍ଲୀ ସମେତ ଅନେକ ସହରର ବାୟୁ ବିଷାକ୍ତ ହୋଇପଡିଛି । ବାଣ ଫୁଟିବା ଫଳରେ ପ୍ରଦୂଷଣ ସ୍ତର ଆହୁରି ଖରାପ ହୋଇଯାଇଛି। ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ତଳସ୍ତରକୁ ଖସି ଆସିଛି।
ଦୀପାବଳି ସନ୍ଧ୍ୟାରେ ଦିଲ୍ଲୀର ଆନନ୍ଦ ବିହାରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ- ୩୯୮ ଅର୍ଥାତ ଅତ୍ୟନ୍ତ ପ୍ରଦୂଷିତ ଥିଲା। ସେହିପରି ଦିଲ୍ଲୀ ଏନ୍ସିଆର୍ରେ ଦୀପାବଳି ପରେ ବାୟୁ ପ୍ରଦୂଷଣ ମାତ୍ରା ହଠାତ୍ ଅତି ଖରାପ ଶ୍ରେଣୀରେ ପହଞ୍ଚି ଯାଇଛି। ଆଜି ସକାଳୁ ମଧ୍ୟ ରାଜଧାନୀ ଦିଲ୍ଲୀରେ ଧୂଳି ଓ ଧୂଆଁର ମୋଟା ଚାଦର ଢ଼ାଙ୍କି ହୋଇଥିବା ଦେଖିବାକୁ ମିଳିଛି। ଆଗକୁ ଏଠାକାର ବାୟୁ ପ୍ରଦୂଷଣ ମାତ୍ରା ଆହୁରି ଖରାପ ହେବ ବୋଲି ଅନୁମାନ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗତ ସପ୍ତାହରେ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯଦି ଏହି ନିୟମ କେହି ଉଲ୍ଲଙ୍ଘନ କରନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୨୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଗତକାଲି ଦିଲ୍ଲୀବାସୀ ଏହାକୁ ଖାତିର କରିନାହାନ୍ତି। ନିୟମକୁ ଫୁ’ କରି ଉଡାଇ ଦେଇଛନ୍ତି।
ସୋମବାର ସନ୍ଧ୍ୟାରୁ ହିଁ ସହରର ବିଭିନ୍ନ ସ୍ଥାନରେ ଲୋକେ ବାଣ ଫୁଟାଇବା ଆରମ୍ଭ କରିଥିଲେ। ଦକ୍ଷିଣ ଦିଲ୍ଲୀର ଇଷ୍ଟ ଅଫ୍ କୈଳାଶ, ନେହରୁ, ମୁଲଚନ୍ଦ ସମେତ ଅନ୍ୟ ଅଞ୍ଚଳରେ ପ୍ରବଳ ବାଣ ଫୁଟାଇଥିଲେ ଦିଲ୍ଲୀବାସୀ।
The post ବାରଣ ସତ୍ତ୍ୱେ ଫୁଟିଲା ବାଣ, ଆହୁରି ବିଷାକ୍ତ ହେଲା ବାୟୁ appeared first on Odisha Reporter.
from Odisha Reporter https://ift.tt/9WmO16K
No comments:
Post a Comment