ନିଷ୍ଠୁର ଶାଶୁ ଘର ଲୋକେ ବୋହୂକୁ କହିଲେ- ତୁ ଦିବ୍ୟାଙ୍ଗ, ଅଧିକ ଯୌତୁକ ଆଣିଲେ ଆସିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 24, 2022

ନିଷ୍ଠୁର ଶାଶୁ ଘର ଲୋକେ ବୋହୂକୁ କହିଲେ- ତୁ ଦିବ୍ୟାଙ୍ଗ, ଅଧିକ ଯୌତୁକ ଆଣିଲେ ଆସିବୁ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ‘ତୁ ଦିବ୍ୟାଙ୍ଗ, ତୋତେ ବସାଇ କିଏ ଖାଇବାକୁ ଦେବ । ବାପ ଘରୁ ଅଧିକ ଯୌତୁକ ଆଣିଲେ ଏଠାକୁ ଆସିବୁ, ନଚେତ ଏଠାରେ ତୋର କୌଣସି ଜାଗା ନାହିଁ। ’ ଜଣେ ଭିନ୍ନକ୍ଷମ ମହିଳାଙ୍କ ପ୍ରତି ଏପରି କ୍ରୂର ଭାଷା ପ୍ରୟୋଗ କରି ତାଙ୍କୁ ତଡ଼ି ଦେଇଛନ୍ତି ଶାଶୁ ଘର ଲୋକେ। ମହିଳାଜଣକ ବଞ୍ଚିବା ପାଇଁ ନିଜ ପିଲା ସହ ବାର ଦୁଆର ହେଉଥିବା ବେଳେ  ସ୍ୱାମୀଙ୍କ ଦ୍ୱିତୀୟ ବିବାହ କଥା ଶୁଣି ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି। ହେଲେ ନିଷ୍ଠୁର ଶାଶୁ ଘର ଲୋକଙ୍କ ହୃଦୟ ତରଳୁ ନ ଥିବା ବେଳେ ବୋହୂକୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ଏପରି ଅମାନବୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା କୋକଳବା ଗ୍ରାମରେ ଘଟିଛି। ।

ସୂଚନାମୁତାବକ, କୋକଳବା ଗ୍ରାମର ଦିଗାମ୍ବର ପ୍ରଧାନଙ୍କ ପୁଅ ଶିବରାମ ପ୍ରଧାନ ୨୦୧୭ ମସିହାରେ ଗାଙ୍ଗପୁର ଥାନା ବାଙ୍କଲିଡି ଗ୍ରାମର ଭାଗୀରଥି ପ୍ରଧାନଙ୍କ ଝିଅ ଗୀତାଞ୍ଜଳି ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଗୀତାଞ୍ଜଳି ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି।  ବିବାହ ସମୟରେ ସେ ୮୦ ହଜାର ଟଙ୍କା ଯୌତୁକ  ସହ ସୁନା ମୁଦି, ଚେନ ଆଦି ଆଣିଥିଲେ ।  ବିବାହର ବର୍ଷେ ପର୍ଯ୍ୟନ୍ତ ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ୍‌ ହସଖୁସିରେ ବିତିବା ସହ ଉଭୟଙ୍କର ଏକ ପୁଅ ବି ଅଛି।

ହେଲେ ବର୍ଷେ ପରେ ନିର୍ଯାତନା ଆରମ୍ଭ କଲେ ଶାଶୁ ଘର ଲୋକେ। ’ତୁ ଏକ ଦିବ୍ୟାଙ୍ଗ, ଆମେ ତୋତେ ବସାଇ ପୋଷି ପାରିବୁନି। ତୁ ତୋ ଘରୁ ମଝିରେ ମଝିରେ ଟଙ୍କା ନ ଆଣିଲେ ଘରୁ ବାହାରିଯା” ଏପରି କହି ଶାଶୁ ଘର ଲୋକେ ଗୀତାଞ୍ଜଳିଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ। ଏଥିରେ ଅତିଷ୍ଠ ହୋଇ ଗୀତାଞ୍ଜଳି ପିଲା ସହ ନିଜ ବାପ ଘରକୁ ପଳାଇଲେ। ହେଲେ ନ୍ୟାର୍ଯ୍ୟ ଦାବି ପାଇଁ ସେ ସଖୀ ସେଣ୍ଟର ସହ ପୁଲିସ୍‌ର ଦ୍ୱାରସ୍ଥ ବି ହେଲେ । ହେଲେ କୌଣସି ସୁଫଳ ମିଳିଲା ନାହିଁ।

ଏହାମଧ୍ୟରେ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିବା ଜାଣି ଗୀତାଞ୍ଜଳି ଆସି ଶାଶୁ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ନିଜ ହକ୍‌ ଦାବି ସହ ଶାଶୁ ଘରେ ପଶିବା ନିମନ୍ତେ ୪ ଦିନ ହେଲା ସେ ଏହି ଧାରଣାରେ ବସିଛନ୍ତି। ହେଲେ ଶାଶୁ ଘର ଲୋକେ କବାଟ ଖୋଲୁ ନ ଥିବା ବେଳେ ଗୀତାଞ୍ଜଳିଙ୍କୁ ସେଠାରୁ ପଳାଇବାକୁ ଧମକ ଦେଉଛନ୍ତି। ପୁଲିସ୍‌ ପହଞ୍ଚି ଘଟଣା ଉପରେ ନଜର ରଖିଥିବା ବେଳେ ଏଯାଏ ଏହାର ସମାଧାନ ହୋଇପାରିନି।

The post ନିଷ୍ଠୁର ଶାଶୁ ଘର ଲୋକେ ବୋହୂକୁ କହିଲେ- ତୁ ଦିବ୍ୟାଙ୍ଗ, ଅଧିକ ଯୌତୁକ ଆଣିଲେ ଆସିବୁ appeared first on Odisha Reporter.



from Odisha Reporter https://ift.tt/8Yg4TWn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages