ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 9, 2022

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ପୁରୀ(ଓଡ଼ିଶା ରିପୋର୍ଟର):  ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ଯୋଗୁ ନିରାଶ ହୋଇଥିଲେ ହବିଷ୍ୟାଳି । ହେଲେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ପାଞ୍ଚଟି ସ୍ଥାନରେ ହବିଷ୍ୟାଳି ଶିବିର କରାଯାଇଛି । ଏଥିସହ ହବିଷ୍ୟାଳୀ ଯେପରି ସୁରୁଖୁରରେ କାର୍ତ୍ତିକ ବ୍ରତ ପାଳନ କରିବେ ସେଥିନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ପୁରୀରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସେମାନେ ନିଜ ରେଜିଷ୍ଟ୍ରେସନ ପ୍ରମାଣପତ୍ର ଦେଖାଇ ଆଶ୍ରୟସ୍ଥଳକୁ ଯାଉଛନ୍ତି । ସେପଟେ କିଛି ହବିଷ୍ୟାଳିଙ୍କର ପଞ୍ଜିକରଣପତ୍ର ଥାଇ ମଧ୍ୟ ସେମାନଙ୍କୁ ପଞ୍ଜିକରଣ ତାଲିକାରେ ନାଁ ନ ଥିବା ଅଭିଯୋଗ ହୋଇଛି ।

 ଚଳିତ ବର୍ଷ ୩ ହଜାର ହବିଷ୍ୟାଳିଙ୍କ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳି ଶିବିରରେ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ମଧ୍ୟରୁ ଅଦ୍ୟାବଧୀ ୨,୯୩୫ଜଣ ପଞ୍ଜୀକରଣ କରି ସାରିଛନ୍ତି । ସେମାନଙ୍କ ବ୍ୟତୀତ ଆଉ ଯେଉଁମାନଙ୍କର ପଞ୍ଜୀକରଣ ହୋଇନାହିଁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବା ପାଇଁ ପ୍ରୟାସ କରାଯିବ । କିନ୍ତୁ ପ୍ରଥମେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 ଅପରପକ୍ଷେ,  କାର୍ତ୍ତିକ ପ୍ରଥମ ସୋମବାରରେ ଆଜି ବାବା ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି  । ଭୋର ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ ଜଳରେ ମହାଦେବଙ୍କୁ ସ୍ନାନ କରାଯାଇଥିଲା ।  ଏହାପରେ ମଙ୍ଗଳଆଳତୀ ହୋଇଥିଲା । ମହାଦେବଙ୍କୁ ଦର୍ଶନ ପାଇଁ ଭୋରରୁ ଦର୍ଶନାର୍ଥୀଙ୍କ ଭିଡ ହୋଇଛି  ।

The post ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼ appeared first on Odisha Reporter.



from Odisha Reporter https://ift.tt/wLGEfnI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages