ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରସ୍ଥିତ ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ମାନସ ସାମଲଙ୍କ ଘରେ ପଶିଛି ଭିଜିଲାନ୍ସ । ଆଜି ସକାଳୁ ସକାଳୁ ମାନସ ରଞ୍ଜନଙ୍କ ଅଫିସ ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ କରାଯାଉଛି।
ମାନସ ସାମଲଙ୍କ ଭୁବନେଶ୍ୱରସ୍ଥିତ ଅଫିସ୍ ସମେତ କଟକର ଚମ୍ପତିପାଟଣାରେ ଥିବା ଘର, ସିଡିଏ ସେକ୍ଟର-୭ରେ ଥିବା ୩ ମହଲା ଘର, ସାଲେପୁରରେ ଥିବା ଘର, ଜଟଣୀରେ ସୃଷ୍ଟି ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଜଗତସିଂହପୁର କୁଜଙ୍ଗରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ୩ ଡିଏସ୍ପିଙ୍କ ସମେତ ୧୧ ଇନ୍ସପେକ୍ଟର, ୨ ସବ- ଇନ୍ସପେକ୍ଟର, ୫ ଏଏସଆଇ ସାମିଲ ହୋଇଛନ୍ତି। ମାନସ ସାମଲ ପରିବାର ସହ ଜଟଣୀସ୍ଥିତ ଫ୍ଲାଟରେ ରହୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ବର୍ଷେ ତଳେ ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୨ରେ ଜଣେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା। ଉକ୍ତ ଯନ୍ତ୍ରୀଙ୍କ ଘରୁ ପାଖାପାଖି ସାଢେ ୬ କୋଟିର ସମ୍ପତ୍ତି ଜବତ ହୋଇଥିଲା, ଯାହାକି ତାଙ୍କ ଆୟର ୨ଶହ ଗୁଣରୁ ଅଧିକ । ବର୍ଷେ ପରେ ଉକ୍ତ କାର୍ଯ୍ୟାଳୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ଚାଲିଥିବା ବେଳେ ଏଥର କେତେ ସମ୍ପତ୍ତି ବାହାରୁଛି ତାହା ଉପରେ ସମସ୍ତଙ୍କ ନଜର ।
The post ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ଟି ସ୍ଥାନରେ ଚାଲିଛି ଚଢ଼ାଉ appeared first on Odisha Reporter.
from Odisha Reporter https://ift.tt/l4j83ia
No comments:
Post a Comment