ମାଲକାନଗିରି (ଜିତେନ୍ଦ୍ର ବେଉରା): ବାର୍ହା କବଳରୁ ଫସଲକୁ ରକ୍ଷା କରିବା ପାଇଁ ବିଛାଯାଇଥିଲା ବିଦ୍ୟୁତ୍ ତାର, ଯାହା ବିଏସ୍ଏଫ୍ ଯବାନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଆନ୍ତା। ହେଲେ ସେମାନେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡ଼ିଆ ବ୍ଲକର ବାପନପାଲ୍ଲୀ ଅଞ୍ଚଳରେ।
ବାର୍ହା କବଳରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ବାପନପାଲୀ ଠାରୁ ସିଲାକୋଟାକୁ ଯାଇଥିବା ବିଦ୍ୟୁତ ଲାଇନରୁ ଚାଷୀମାନେ ଜଙ୍ଗଲ ବାଟେ ତାର ଟାଣି ନିଜ କ୍ଷେତରେ ବିଛାଇଥିଲେ। ଗତକାଲି ସକାଳେ ବିଏସ୍ଏଫ୍ ଯବାନମାନେ ବାପନପାଲ୍ଲୀ ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିଲେ। ଏହି ସମୟରେ ବିଛାଯାଇଥିବା ବିଦ୍ୟୁତ୍ ତାର ଉପରେ ସେମାନଙ୍କର ନଜର ପଡ଼ିଯାଇଥିଲା। ପରେ ଯବାନମାନେ ଏହି ତାର ଖୋଲି ଦେଇଥିଲେ।
ବିଦ୍ୟୁତ୍ ତାର ବିଛାଇଥିବା ଚାଷୀଙ୍କ ସହ ବିଏସ୍ଏଫ୍ ଯବାନମାନେ ଆଲୋଚନା କରିଥିଲେ। ଏପରି ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ଅନ୍ୟମାନଙ୍କ ଜୀବନ ନେଇପାରେ ବୋଲି ଯବାନମାନେ ଚାଷୀମାନଙ୍କୁ ବୁଝାଇଥିଲେ।
The post ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ୍ ତାର, ଅଳ୍ପକେ ବର୍ତ୍ତିଲେ ବିଏସଏଫ୍ ଯବାନ appeared first on Odisha Reporter.
from Odisha Reporter https://ift.tt/CDsxEnr
No comments:
Post a Comment