ଜ୍ୟାକଲିନ୍‌ଙ୍କୁ ନେଇ ସୁକେଶର ବଡ଼ ଖୁଲାସା, ଓକିଲଙ୍କୁ ଲେଖିଲା ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 22, 2022

ଜ୍ୟାକଲିନ୍‌ଙ୍କୁ ନେଇ ସୁକେଶର ବଡ଼ ଖୁଲାସା, ଓକିଲଙ୍କୁ ଲେଖିଲା ଚିଠି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ମଣ୍ଡୋଲି ଜେଲ୍‌ରେ ବନ୍ଦ ଅଛି। ସୁକେଶ ସହ ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ ମଧ୍ୟ ଫସିଛନ୍ତି। ସେ ମଧ୍ୟ ଏହି ମାମଲରେ ଅଛନ୍ତି ଅଭିଯୁକ୍ତ। ଏବେ ସୁକେଶ ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ନେଇ ବଡ ଖୁଲାସା କରିଛି। ସେ ଜେଲ୍ ଭିତରୁ ହିଁ ନିଜ ଓକିଲଙ୍କୁ ଚିଠି ଲେଖିଛି।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ କ୍ଲିନ୍ ଚିଟ୍ ଦେଇଛି ମହାଠକ ସୁକେଶ। ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କ କୌଣସି ଭୂମିକା ନାହିଁ ବୋଲି ନିଜ ଓକିଲଙ୍କୁ ଲେଖିଥିବା ଚିଠିରେ ସୁକେଶ ଉଲ୍ଲେଖ କରିଛି। ସୁକେଶ ଚିଠିରେ କହିଛି ଯେ, ସେ ଜ୍ୟାକିଲନ୍‌ଙ୍କ ସହ ସମ୍ପର୍କରେ ରହିବା ପାଇଁ ତାଙ୍କୁ  ସମସ୍ତ ଦାମୀ ଗିଫ୍ଟ ଓ କାର୍ ଦେଇଥିଲେ। ଏହା ସହିତ ର‌୍ୟାନ୍‌ବାକ୍ସିର ପୂର୍ବତନ ମାଲିକଙ୍କ ମୁକ୍ତି ପାଇଁ ତାକୁୁ ୨୦୦ କୋଟି ଟଙ୍କା ଦିଆଯାଇଥିବା ସୁକେଶ ଚିଠିରେ ଦାବି କରିଛି।

ପିଏମ୍‌ଏଲ୍‌ଏ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯିବା ବେଶ୍ ର୍ଦୁଭାଗ୍ୟଜନକ। ମୁଁ ପୂର୍ବରୁ ସ୍ପଷ୍ଟ ଭାବେ କହିଛି ଯେ, ଆମେ ଏକ ସଂପର୍କରେ ଥିଲୁ ଏବଂ ମୁଁ ସମାନ ସଂପର୍କରେ ଜ୍ୟାକଲିନ୍ ଏବଂ ତାଙ୍କ ପରିବାରକୁ ଉପହାର ଦେଇଥିଲି। ସେମାନଙ୍କର ଦୋଷ କ’ଣ ବୋଲି ଚିଠିରେ ସୁକେଶ ପ୍ରଶ୍ନ କରିଛି।

ଜ୍ୟାକଲିନ୍ କବେଳ ମୋତେ ଭଲ ପାଉଥିଲେ। ସେ ମୋ ସହ ଛିଡ଼ା ହେବା ଛଡ଼ା କେବେ କିଛି ମାଗିନାହାନ୍ତି । ଜ୍ୟାକଲିନ୍ ଏବଂ ତାଙ୍କ ପରିବାର ପାଇଁ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ପଇସା ଆଇନଗତ ଭାବରେ ଅର୍ଜନ କରାଯାଇଥିଲା ଏବଂ ଏହା ଶୀଘ୍ର କୋର୍ଟରେ ପ୍ରମାଣିତ ହେବ। ଠକେଇ ମାମଲାରେ ଜ୍ୟାକ୍‌ଲିନ୍ ଓ ତାଙ୍କ ପରିବାରକୁ ଟାଣିବା ଠିକ୍ ନୁହେଁ। ସେମାନଙ୍କର କୌଣସି ଭୁଲ୍ ନାହିଁ ବୋଲି ସୁକେଶ ଓକିଲ ପାଖକୁ ଲେଖିଥିବା ଚିଠିରେ କହିଛି। ଏଥିସହ ସୁକେଶ ନିଜ ବିରୋଧରେ ଚାଲିଥିବା ଠକେଇ ମାମଲାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକ୍‌ଲିନ୍ ଜଡ଼ିତ ଥିବା ନେଇ ଇଡି ଅଗଷ୍ଟ ୧୭ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା। ଜ୍ୟାକ୍‌ଲିନ୍‌ଙ୍କୁ ବେଆଇନ୍ ଭାବେ ୭ କୋଟି ଟଙ୍କାର ଅଳଙ୍କାର ଉପହାର ଦେଇଥିଲା ଠକ ସୁକେଶ ଚନ୍ଦ୍ରଶେଖର। ଏଥିସହିତ ଅଭିନେତ୍ରୀ ଏବଂ ତାଙ୍କର ପରିବାର ଲୋକଙ୍କୁ ସେ ବିଳାଶପୂର୍ଣ୍ଣ କାର, ଦାମୀ ବ୍ୟାଗ୍‌, ଡ୍ରେସ୍‌, ଜୋତା ଏବଂ ଦାମୀ ଘଣ୍ଟା ମଧ୍ୟ ଉପହାର ସ୍ୱରୂପ ଦେଇଥିଲା।

ସୂଚନା ଥାଉକି, ଠକ ସୁକେଶ ଚନ୍ଦ୍ର ଶେଖର ବର୍ତ୍ତମାନ ଜେଲ୍‌ରେ ଅଛି। ହାଇ-ପ୍ରୋଫାଇଲ୍ ବ୍ୟକ୍ତି ବିଶେଷଙ୍କୁ ଠକୁଥିଲା ସୁକେଶ। ସେପ୍ଟେମ୍ୱର ମାସରେ ଦିଲ୍ଲୀ ପୁଲିସ୍‌ର ଅର୍ଥନୈତିକ ଶାଖା ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ୮ ଘଣ୍ଟା ଜେରା କରିଥିଲା। ଜେରା ବେଳେ ସେ ସୁକେଶଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ସ୍ୱୀକାର କରିଥିଲେ।

The post ଜ୍ୟାକଲିନ୍‌ଙ୍କୁ ନେଇ ସୁକେଶର ବଡ଼ ଖୁଲାସା, ଓକିଲଙ୍କୁ ଲେଖିଲା ଚିଠି appeared first on Odisha Reporter.



from Odisha Reporter https://ift.tt/FTahPcb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages