ଘରେ ପ୍ରସ୍ତୁତ କରନ୍ତୁ ଡାଲ୍‌ ମିଟ୍‌ ରେସିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 20, 2022

ଘରେ ପ୍ରସ୍ତୁତ କରନ୍ତୁ ଡାଲ୍‌ ମିଟ୍‌ ରେସିପି

ଆବଶ୍ୟକ ସାମଗ୍ରୀ: ମଟନ, ବୁଟଡାଲି, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଧନିଆପତ୍ର, ଲୁଣ, ହଳଦି, ସୋରିଷ ତେଲ, ରିଫାଇନ ତେଲ, ଦହି, ଡାଲଚିନ୍‌ ପାଉଡର, ଗୋଲମରିଚ, ତେଜପତ୍ର ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଟନ, ସୋରିଷ ତେଲ, ଅଦାରସୁଣ ପେଷ୍ଟ, ପିଆଜ କଟା, ଲୁଣ, ଦହି ଆଦି ପକାଇ ମ୍ୟାରିନେଟ କରି ରଖନ୍ତୁ। ବୁଟ ଡାଲିକୁ ଭିଜାଇ ଅଧ ଘଣ୍ଟା ରଖି ଦିଅନ୍ତୁ।

ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ  ସେଥିରେ ରିଫାଇନ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପିଆଜ କଟା ପକାନ୍ତୁ। ପିଆଜ ଫ୍ରାଏ ହେବା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ। ତାହା କଷି ହେବା ପରେ ସେଥିରେ ମଟନ ପକାନ୍ତୁ। ଏହାପରେ ସେଥିରେ ଲୁଣ, ହଳଦି, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ, ତେଜପତ୍ର  ଆଦି ପକାନ୍ତୁ।

ଏହାକୁ ଭଲ ଭାବେ ଗୋଳାଇ ସେଥିରେ ଡାଲି ପକାଇ ଗୋଳାନ୍ତୁ।  ଏହାପରେ ସେଥିରେ ପାଣି ପକାନ୍ତୁ।  ଏହାପରେ ଏହାକୁ ସିଝିବାକୁ ଛାଡ଼ିଦିଅନ୍ତୁ। ଏବେ ସେଥିରେ ଡାଲଚିନି ପାଉଡର ଓ ଧନିଆପତ୍ର ପକାନ୍ତୁ। ଏହାକୁ ଭାତ କିମ୍ବା ରୁଟି ସହ ପ୍ଲେଟରେ ଗରମାଗରମ ସର୍ଭ ପକାନ୍ତୁ।

The post ଘରେ ପ୍ରସ୍ତୁତ କରନ୍ତୁ ଡାଲ୍‌ ମିଟ୍‌ ରେସିପି appeared first on Odisha Reporter.



from Odisha Reporter https://ift.tt/YlTKO4L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages