ନୂଆଦିଲ୍ଲୀ: ଜିହାଦର ତତ୍ତ୍ୱ କେବଳ ଇସଲାମରେ ନାହିଁ। ଏହା ମଧ୍ୟ ଭଗବତ ଗୀତା ଏବଂ ଇସାୟୀ ଧର୍ମରେ ଅଛି। ଏହା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ। ଗୁରୁବାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋଶିନା କିଡ୍ୱାଇଙ୍କ ଆତ୍ମଜୀବନୀ ଉନ୍ମୋଚନ ସମାରୋହରେ ଯୋଗଦେଇ ଶିବରାଜ ପାଟିଲ ଏହା କହିଛନ୍ତି। ଯାହାକୁ ନେଇ ବିବାଦ ଉପୁଜିଛି। ସେ କହିଛନ୍ତି ଯେ, କେବଳ ଇସ୍ଲାମ୍ ଧର୍ମରେ ଜିହାଦ୍ ବିଷୟରେ ଅନେକ ଆଲୋଚନା ହୁଏ। କିନ୍ତୁ ସବୁ କଥା ବୁଝାଇବା ପରେ ଯଦି ଜଣେ କିଛି ନ ବୁଝି ଅସ୍ତ୍ର ଧରି ଆସେ, ତେବେ ଆପଣ ଛତ୍ରଭଙ୍ଗ ଦେଇ ପଳାୟନ କରିପାରିବେ ନାହିଁ।
ଏହାକୁ ଆପଣ ଜିହାଦ୍ କହି ପାରିବେ ନାହିଁ କି, ଭୁଲ୍ ମଧ୍ୟ କହି ପାରିବେ ନାହିଁ। ଏହାକୁ ଭଲ ଭାବେ ବୁଝିବା ଉଚିତ। ଏକଥା କୋରାନ୍ ଓ ଗୀତାରେ ଉଲ୍ଲେଖ କରାଯାଇଛି। ମହାଭାରତରେ ଗୀତାରେ ପ୍ରଭୁ ଶୀକୃଷ୍ଣ ଅର୍ଜୁନଙ୍କୁ ଏହି ଶିକ୍ଷା ଦେଇଛନ୍ତି। ସମାନ କଥା ଖ୍ରୀଷ୍ଟ ଧର୍ମରେ ମଧ୍ୟ ରହିଛି। ଏହି ଅବସରରେ ନିଜ ଧର୍ମକୁ ଭଲ ପାଇବା ସହ ଅନ୍ୟ ଧର୍ମକୁ ସମ୍ମାନ କରିବାକୁ ପାଟିଲ କହିଥିଲେ। ବର୍ତ୍ତମାନ ସାରା ବିଶ୍ୱରେ ଶାନ୍ତିର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।
ପାଟିଲ୍ଙ୍କ ଏହି ବୟାନକୁ ନେଇ ବିଜେପ କଂଗ୍ରେସକୁ ସମାଲୋଚନା କରିଛି। ଦଳ କହିଛି ଯେ, କଂଗ୍ରେସ ଭୋଟ୍ ବ୍ୟାଙ୍କ୍ ନୀତି ଚଳାଉଛି। ବିଜେପିର ମୁଖପାତ୍ର ଶେହଜାଦ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆପ୍ର ଗୋପାଳ ଇଟାଲିଆ ଏବଂ ରାଜେନ୍ଦ୍ର ପାଲ୍ଙ୍କ ପରେ ଶିବରାଜଙ୍କର ହିନ୍ଦୁ ପ୍ରତି ଘୃଣାଭାବ ପ୍ରତିଫଳିତ ହୋଇଛି। କେବଳ ଭୋଟ ବ୍ୟାଙ୍କ ପାଇଁ ଶିବରାଜ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ୍ ଶିଖାଇ ଥିବା କହୁଛନ୍ତି।
The post ଜିହାଦ କେବଳ ଇସଲାମରେ ନାହିଁ, ଗୀତାରେ ମଧ୍ୟ ଅଛି: ଶିବରାଜ ପାଟିଲ appeared first on Odisha Reporter.
from Odisha Reporter https://ift.tt/LxCc8he
No comments:
Post a Comment