ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆ, ଆଇଏଆର୍ଆଇରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ ଦେଶ ବ୍ୟାପୀ ୧୩, ୫୦୦ କୃଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୫୦୦ ଏଗ୍ରିଷ୍ଟାର୍ଟଅପ୍ ମଧ୍ୟ ସାମିଲ ହେବାର ଯୋଜନା ରହିଛି। ସେହିପରି ଭର୍ଚୁଆଲ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧ କୋଟି କୃଷକ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବେ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ସାର ଓ ରସାୟନମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହି ଅବସରରେ ମୋଦି ପିଏମ୍ – କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତିରେ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିବେ ।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ କୃଷକ ମାନଙ୍କୁ ଏବଂ କୃଷି ଷ୍ଟାର୍ଟଅପ୍ ମାନଙ୍କୁ, ଗବେଷକ ମାନଙ୍କୁ, ନୀତି ନିର୍ମାତା ମାନଙ୍କୁ, ବ୍ୟାଙ୍କର ଏବଂ ଅନ୍ୟ ହିତାଧିକାରୀ ମାନଙ୍କୁ ସମ୍ବୋଧିତ କରିବେ । ଏହି ଆୟୋଜନ ସାରା ଦେଶର ୧୩,୫୦୦ରୁ ଅଧିକ କୃଷକ ମାନଙ୍କୁ ଏବଂ ୧୫୦୦ କୃଷି ଷ୍ଟାର୍ଟ – ଅପ୍କୁ ଗୋଟିଏ ମଂଚରେ ଏକାଠି କରିବ । ଏହି କାର୍ଯ୍ୟକ୍ରମରେ ୧ କୋଟିରୁ ଅଧିକ କୃଷକ ଅଂଶ ଗ୍ରହଣ କରିବେ । ୭୦୦ କୃଷି ବିଜ୍ଞାନ କେନ୍ଦ୍ର, ୭୫ଟି ଆଇସିଏଆର୍ ସଂସ୍ଥା, ୭୫ ଟି ରାଜ୍ୟ କୃଷି ବିଶ୍ୱ ବିଦ୍ୟାଳୟ, ୬୦୦ ପିଏମ୍ କିଷାନ କେନ୍ଦ୍ର, ୫୦,୦୦୦ ପ୍ରାଥମିକ କୃଷି ସମବାୟ ସମିତି ଏବଂ ୨ ଲକ୍ଷ ସାମୁଦାୟିକ ସେବା କେନ୍ଦ୍ର (ସିଏମ୍ସି) ଭଳି ବିଭିନ୍ନ ସଂସ୍ଥା ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସାମିଲ ହେବେ।
ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ କୃଷି ଏବଂ କୃଷକ ମନ୍ତ୍ରଣାଳୟ ଏବଂ ରସାୟନ ଏବଂ ସାର ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ଷ୍ଟାର୍ଟ ଅପ୍ କନ୍କ୍ଲେଭ୍ ଏବଂ ପ୍ରଦର୍ଶନୀର ମଧ୍ୟ ଉଦ୍ଘାଟନ କରିବେ । ସେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟର ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ର (ପିଏମ୍ – କେଏସ୍କେ) ଗୁଡିକର ମଧ୍ୟ ଉଦ୍ଘାଟନ କରିବେ । ଆଜି ମୋଦି ପିଏମ୍ – କିଷାନ ଯୋଜନା ଅଧୀନରେ କୃଷକ ମାନଙ୍କୁ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ପ୍ରଦାନ କରିବେ । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୯ରେ ଆରମ୍ଭ କରା ଯାଇଥିଲା । ଏହି ଯୋଜନା ଅନୁସାରେ ହିତାଧିକାରୀ କୃଷକ ପରିବାର ମାନଙ୍କୁ ପ୍ରତ୍ୟେକ ଚାରି ମାସର ବ୍ୟବଧାନରେ ୨,୦୦୦ ଟଙ୍କାର ତିନିଟି ସମାନ କିସ୍ତିରେ ପ୍ରତି ବର୍ଷ ୬,୦୦୦ଟଙ୍କା ଲାଭ ପ୍ରଦାନ କରା ଯାଇଥାଏ ।
The post ଆଜି କୃଷକମାନଙ୍କୁ ମୋଦି ଭେଟିଦେବେ ଦ୍ୱାଦଶ କିସ୍ତି, ଦିଲ୍ଲୀରେ ବିଶାଳ ଆୟୋଜନ appeared first on Odisha Reporter.
from Odisha Reporter https://ift.tt/eRN94BY
No comments:
Post a Comment