ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 31, 2022

ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଡିଜିଟାଲ ରୁପି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡିଜିଟାଲ ରୁପି ଅର୍ଥାତ୍ ଇ-ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ ଆରମ୍ଭ ହେବ।

ପ୍ରଥମ ପର୍ଯ୍ୟାୟରେ ଏହା ପାଇକାରୀ ବର୍ଗରେ ପାଇଲଟ ପରୀକ୍ଷଣ ହେବ। ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ। ଏହି ପାଇଲଟ୍ ପରୀକ୍ଷଣରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ। ମାସକ ମଧ୍ୟରେ ଖୁଚୁରା ମାର୍କେଟରେ ଆସିବ ଇ-ରୁପି। ଏହି ଇ-ରୁପି ଦ୍ୱାରା ଆନ୍ତଃ ବ୍ୟାଙ୍କ ବଜାର ଆହୁରି ଦକ୍ଷ ହେବ।

କେନ୍ଦ୍ରୀୟ ବ୍ୟାଙ୍କର ଇ-ରୁପି ସେଟଲମେଣ୍ଟ ଦ୍ୱାରା ଟ୍ରାଞ୍ଜାକସନ୍ ଖର୍ଚ୍ଚ କମିବ। ଏହା ଡିଜିଟାଲ ଫର୍ମରେ ଷ୍ଟୋର ହେବ। ଏହାକୁ ପେପର କରେନ୍ସିରେ ବଦଳାଯାଇପାରିବ। ସରଳ ଭାଷାରେ କହିଲେ ଏହା ହେଉଛି ଆମେ ବ୍ୟବହାର କରୁଥିବା କରେନ୍ସିର ଡିଜିଟାଲ ରୂପ। ଗତ ବଜେଟ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପାଇଲଟ୍ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ।

The post ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି appeared first on Odisha Reporter.



from Odisha Reporter https://ift.tt/BLieX1F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages